STORYMIRROR

Satyabati Swain

Tragedy Fantasy

3  

Satyabati Swain

Tragedy Fantasy

ଓଦା ଆଖି ଭିଜା ହୃଦୟ

ଓଦା ଆଖି ଭିଜା ହୃଦୟ

1 min
334

ଆଖିରୁ ଆଷାଢ଼ ମୋର ଟପ୍ ଟପ୍ ଝରେ

ଆଜି କଥା ଭାବି ମନ ଛଟ ପଟେ ମରେ ।

ରାକ୍ଷୀ ଡାକେ ଆଖି ମାରି ହେଲେ ଭାଇ ହାତ କାଇଁ

ବର୍ଷେ ହେଲା ଭାଇ ମୋ ମଶାଣୀରେ ଛନ୍ତି ଶୋଇ ।

କା' ପାଇଁ କିଣିବି ରାକ୍ଷୀ କିଏ ଅଛି ବା ପିନ୍ଧିବ

ଏ ପର୍ବ ଯେବେ ଆସିବ ମୋ ଛାତି ଅଧିକ ଫାଟିବ ।

ତୁ ପଡିଉଠି ଆସିବୁନି ମୁଁ ଯିବି ତୋ ପାଶେ

କାହା ବାଟ ଅନାଇଁ କାହିଁକି ବା ବସିବି ହରଷେ ।

ରାକ୍ଷୀ ପିନ୍ଧି ହସି ଦେଇ କଲ୍ୟାଣ କେ ଢାଳି ଦେବ

ତୁମର ସେ ହସ ମୁହଁ ଏ ଦିନରେ ବେଶୀ କନ୍ଦାଇବ ।

ଭଲ ମନ୍ଦ କରି କାରେ ବଳେଇ ବଳେଇ ଖୁଆଇବି

ଆଉ ଟିକେ ଖାଅ ବୋଲି କା ପାଶେ ବସି କହବି ।

ଏମିତି ରାଇଜେ ଗଲ ଆଉ କେବେ ବି ଆସୁନ

ମୋ ଶୁଖିଲା ମୁହଁ ଦେଖି ମନ ଉଣା ତ କରୁନ ।

ଯେତେ ଦିନ ବଞ୍ଚିଥିବି ଏ ରାକ୍ଷୀ ପୂର୍ଣ୍ଣିମୀରେ

ଭାଇ ତୁମକୁ ଖୋଜିବି ଓଦା ଆଖି ଭିଜା ହୃଦୟରେ ।

ଭାଇ ବିନା ଜୀବନର ନିରର୍ଥକ ଏ ପୂର୍ଣ୍ଣିମା ରାକ୍ଷୀ

ନିର୍ଜୀବ ଅକ୍ଷର ତୁ ଲୋ ସେ ବ୍ୟଥା ମୋର ବୁଝିବୁକି !


Rate this content
Log in

Similar oriya poem from Tragedy