ନୟନେ ନୟନ ଯୁଗଳ ମିଶାଇ
ନୟନେ ନୟନ ଯୁଗଳ ମିଶାଇ
ନୟନେ ନୟନ ' ଯୁଗଳ ମିଶାଇ'
ବିହରଣ କର' ହୃଦେ'
ହୃଦୟ ଦରଦ ' ବିଚରଣ କରେ'
ନୟନ ଯୁଗଳ' ପଥେ '।
ବିଧୂର ବ୍ୟାକୁଳ ' ଉରସ ଭରେ'
ଉଦ୍-ବିଗ୍ନ ତୁଲ୍ୟ ' ତ୍ରାସ
ପ୍ରଶ୍ରୟେ ଅଭିଷ୍ଟ '. ମଞ୍ଜୁଳ ତରୁଣୀ'
ଉଚ୍ଚାଟ କାତର' ବଶ '।
ବରୁଣାଳୟେ ଶୁକ୍ତେ' ଆବଦ୍ଧ ସଂପୁଟେ '
ବିକ୍ଷଣେ ବଦନ' ତହିଁ'
ବିକୁଷ ରଞ୍ଜନ' ବିଦୁଷଣ ମଣ୍ଡି'
ଅନ୍ତରେ ଦୁଃଖିତ 'ମୁହିଁ '।
ଭେଦି କି ପାରିବ ' ଉରସେ ଆବିଳ '
କାନ୍ତେ ଅନାବିଳ ' କ୍ଲେଶ '
ଚକତି ହୋଇବ ' ବିବତ୍ସ ହୋଇବ'
ନିରେଖି ଅନ୍ତରେ' ବିଷ '।
ତୃଷିତେ ନିରୋଳି' ବିଘଂସି ବିମୁଖ'
ସର୍ବେ ସମେ ମୁଖେ, ହାସ୍ୟ,
ହୃଦେକୁ ହୃଦୟେ ' ପ୍ରେମ ସୂତ୍ରେ ବାନ୍ଧି'
ପରଖି ନିଅ ହେ' ପ୍ରିୟ'।
ସମୀପେ ତୁମର ' ବଥିରଚିତ୍ତେ ସ୍ଥିତ'
ଉର୍ଦର ପଥ ଯେ' ହୁଡ଼ି'
ଶବ୍ଦ ମାଳ ନେତ୍ରେ ' ପ୍ରେମ ର ଆଳାପେ'
କାରୁଣ୍ୟେ ଆଦାନେ' ପଡି '।