STORYMIRROR

Laxmi Priya

Tragedy

3  

Laxmi Priya

Tragedy

ନୂଆବର୍ଷ

ନୂଆବର୍ଷ

1 min
191

ନୂଆ ବର୍ଷ ଆଣେ ଆନନ୍ଦ ଉଲ୍ଲାସ

ନଭଶ୍ଚୁମ୍ବୀ ତୁମ ଘରେ 

ଭୋକିଲା ପେଟରେ ଦୁଃଖ ବାରମାସୀ

ଦରଭଙ୍ଗା କୁଡ଼ିଆରେ।


ତୁମ ପାଇଁ ଆସେ ଶୁଭେଚ୍ଛା ବାର୍ତ୍ତାରେ

ଦାମୀ ଅତରର ବାସ୍ନା 

ଅଳିଆ ଗଦାରେ କାହାର ଜୀବନ 

ମେଣ୍ଟି ପାରେନା କେ ତୃଷ୍ଣା।


ତୁମ ପାଇଁ ଆସେ ଅସରନ୍ତି କେତେ

ସାନ୍ତାକ୍ରୁଜ ଉପହାର 

ଡିବିରି ଶିଖାକୁ ତେଲ ଅଣ୍ଟେ ନାହିଁ

ଅନ୍ଧାରକୁ ଲାଗେ ଡର।


ତୁମରି ଭାଗରେ ଲେଖା ଅଛି ନିତି 

ପୁନେଇଁ ଜହ୍ନର ଜ୍ୟୋତ୍ସ୍ନା 

କାହା ଅଗଣାରେ ନିତି ଅମାବାସ୍ୟା

ହତଭାଗାଟିଏ ସିନା।


ତୁମ ଅତ୍ୟାଚାର ଅନ୍ୟାୟ ଦୁର୍ନୀତି

ଗଙ୍ଗା ଘାଟେ ବୁଡ଼ ଦିଏ।

ଭାଗ୍ୟକୁ ଆଦରି ବିନା ଦୋଷେ କେହି

ଫାଶୀ ଖୁଣ୍ଟେ ଝୁଲି ଥାଏ।


ନୂତନ ପଞ୍ଜିକା ଆସେ ତୁମ ଘରେ

ଓଷା ବାର ବ୍ରତ ଆଣି 

ପୁରୁଣା ପାଞ୍ଜିକୁ ବଦଳାଇବାକୁ

ଭୁଲିଯାଏ କେହି ପୁଣି।


ଚହଟ ଚିକ୍କଣ ତୁମ ନୂଆ ବର୍ଷ

ପୁଷମାସ ଶୀତ କୋଳେ 

 ଅତୀତର ସେହି ସ୍ମୃତି ଯେ ପୁରୁଣା

ଯନ୍ତ୍ରଣାରେ ମନ ଜଳେ।



Rate this content
Log in

Similar oriya poem from Tragedy