Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Tragedy

4  

Bhagirathi Mohanty

Abstract Tragedy

ନୂଆ ସାଥୀ

ନୂଆ ସାଥୀ

1 min
235



ସପନ ରାଇଜେ ବଲୁଥିଲା ସିଏ 

   ନୂଆ ସାଥୀ ଟିଏ ପାଇଁ,

ସେ ସପନ ଆଜି ସତ ହୋଇଗଲା

   ମନ ଲାଖି ପ୍ରିୟା ପାଇ ।

କେତେ ଦୂର ପଥ ଆସିଛି ସେ ଧାଇଁ

   ବୀର ଜବାନ ଟି ସେହି,

ଦିନ ରାତି ତାର ଏକ ହୋଇଲାଣି

   ମନ ଘରେ ରହୁନାହିଁ ।

ସାଙ୍ଗ ସାଥି ମେଳେ ଦିନ କଟିଯାଏ

    ଥଟ୍ଟା ତାମସା ରେ ମଜି,

କହନ୍ତି ସଭିଏଁ ଚାହିଁ ଅଛୁ ଆମେ

    ମନ ତୋର ଯାଏ ହଜି ।

ଆଈମା ଭାଉଜ ଟାପରା କରନ୍ତି

    ଆଉ କେତେ ଦିନ ବାକି,

 ସାହାନାଇ ଶଙ୍ଖ ମହୂରୀ ଵାଜିଵ

   ରହିଥାଅ ତୁମେ ଟାକି ।

ଭୁଲିଯିବ ତୁମେ କନିଆଁ ଟେ ପାଇ 

    ମନଥିବ ତା'ର ପାଶେ,

ସୀମାରୁ ତୁମେ ଯେ ଛୁଟି ଆସିଅଛି

    କେବଳ ତା'ରି ସକାଶେ ।

କାଲି ଲଗନ ଯେ ପରଦିନ ବିଭା

    ହଳଦୀ ଲାଗି ଯେ ହେବ,

କନିଆଁ ତୋହର ମେହେନ୍ଦି ଲଗାଇ

    ବାଟ ଚାହିଁ ବସିଥିବେ ।

ବିଧିର ବିଧାନ କେ କରିବ ଆନ

    ବିଭା ଦିନର ସକାଳ,

ବର ଗାଧୋଇବା ମଙ୍ଗଳ ବେଳା ରେ

    ଡାକ ତାକୁ ଯେ ସ‌ହଳ ।

ମା, ଖୁଡି, ଆଉ, ଭଉଣୀ, ଭାଉଜ

    ହସି ହସି ପାଖେ ଯାଇ,

ଯେତେ ଉଠେଇଲେ ଉଠୁନାହିଁ ସିଏ

   କୁମ୍ଭକର୍ଣ୍ଣ ଅବା ସେହି ।

ଜ୍ଵର ହୋଇଥିଲା ଭଲ ହେଇଗଲା

   ଏବେ ପୁଣି କ'ଣ ହେଲା,

ଡାକ ଡାକ ଯାଇ ଡାକ୍ତରଙ୍କୁ ଡାକି

   ଏ ପୁଣି କ'ଣ ହେଲା ।

ଡାକ୍ତର ଆସିଲେ ବର କୁ ଦେଖିଲେ

     ଇହଲୋକ ସେ ନାହିଁ,

କାନ୍ଦ ବୋବାଳି ରେ ଘର ଫାଟିଗଲା

     ଅମଙ୍ଗୁଳି ଝିଅ ସେହି ।

କରୋନା ଏତେ ଯେ ନିଷ୍ଠୁର ସତରେ

   ହସ ଖୁସି ଵୁଝେନାହିଁ,

ନେଲାରେ ପରାଣ କ୍ଷଣକ ମଧ୍ୟରେ

   ବୁଡେଇଲା ଭେଳା ସେହି।


Rate this content
Log in

Similar oriya poem from Abstract