STORYMIRROR

Upendra prasad Mahala

Classics Inspirational Others

3  

Upendra prasad Mahala

Classics Inspirational Others

ନୂଆ ନକ୍ସାରେ ଗାଁ

ନୂଆ ନକ୍ସାରେ ଗାଁ

1 min
250


ଗଛମାନେ କେବେଠାରୁ 
ଉଭେଇ ଗଲେଣି ରାସ୍ତାରୁ
ବରଗଛ ନାହିଁ କି ଚାନ୍ଦିନୀ ନାହିଁ 
ଓହଲରେ ଝୁଲୁ ନାହାନ୍ତି
କୁଆଁରୀ ସ୍ବପ୍ନମାନେ
ଖରାବେଳେ । 
ଦୁଃଖସୁଖର ଆସର ବସୁନି
ହାଡୁଆ ମଣିଷଙ୍କର ।
କଣ୍ଟା ବାଡରେ ଫୁଟୁନି ଜହ୍ନିଫୁଲ,
କଙ୍କୀପାରା,ପ୍ରଜାପତି ଉଭାନ ।
ଝୁମିଝୁମି ଆସୁନି
ଗପଶପର ଜମାଇ
ନିରେ।ଳା ସଞ୍ଜ ।
ଉଇଖିଆ ବହି ଭଳି ଦିଶୁଛି
ଛବିଟିଏ ଦୂର ଅତୀତର ।

ନୂଆ ନକ୍ସାରେ ବଦଳି ଯାଇଛି
ପୁରୁଣା ପିଢିର ଘରଦ୍ବାର, 
ପୂର୍ବଜଙ୍କ ସାଇତା ସ୍ମାରକୀ
ସଖୀ କଣ୍ଢେଇ ନାଚ, ଯୋଗୀପୂଅ 
ଗୀତ, ଗାଁ ଯାତରେ ଭାଲୁନାଚ
ସାତସପନ ।

କିଏ ବିଶ୍ବାସ କରିବ ଏଠି ଥିଲା
କାଠୁଆ ହାଡୁଆ ମଣିଷଙ୍କ ଗାଁଟିଏ
ରାତିରେ ଲୁହା ତରଳୁଥିବା ଭାଟିରେ
ଶୁଭୁଥିଲା ଠନ୍ ଠନ୍ ଶବ୍ଦ
କାଠ ଫୁଲରେ ବନା ଯାଉଥିଲା
ସବାରୀ, ଘର କବାଟ 
ବିଲ ହିଡ କାଇଁଶରେ ବୁଣାଯାଉଥିଲା
ପ।ଛିଆ, ପେଡି, ହାତକୁ ମୁଦି, 
କାନକୁ ଫୁଲ । ବାଉଁଶ ପାତିଆରେ
ଭଳିକି ଭଳି ରଂଗିନ ଜିନିଷ ,
ଝୋଟ ଓ କୁଟା ଶେଯର ହେଁସ ।
କୁମ୍ଭାର ଚକର ଘିରିଘିରି ଶବ୍ଦ
ବିଲରୁ ଧାନ ବୁହା ବେଳେ
ରହି ରହି ବାଜୁଥିଲା, ବଳଦ 
ବେକରେ ବନ୍ଧା ମଧୁର ଘଣ୍ଟି
ମହକୁଥିଲା ଝାଳବୁହା 
ମଣିଷଙ୍କ ଗାଁ ଦାଣ୍ଡ ।

ଆଉ ତ ଆଗଭଳି ଦିଶୁନି
ବିଲବାଡି, ଗୋହିରି, ଖାଲଢିପ , 
କେଶୁର ବାଡିର ଖେଳପଡିଆ।
ଗାଁ ଗୋହିରୀ ଦେଇ ଲମ୍ବଛି 
ନାଲିଗୋଡି ରାସ୍ତା, ବିଜୁଳି ଖୁଣ୍ଟ
ସବୁଠି ଦୁଇବଖରା ପକ୍କା ଘର
ନୂଆ ସ୍ବପ୍ନ , ନୂଆ ଆଶାର।
ଆଖିରେ ବି ପଡୁଥିବ ଅଧାଭଙ୍ଗା 
ପାଇଖାନା ଭଳି ବିବର୍ଣ୍ଣ ଦୃଶ୍ୟ
ପୁରୁଣା ମଠପଦାରେ ନୂଆ ମନ୍ଦିର, 
ପାର୍କର ଶୋଭା ମନଲୋଭା । 
ଖୋଜିଲେ ମିଳିବନି ମାଟିରେ
ପୋତି ଯାଇଥିବା ଐତିହ୍ୟର ଚିହ୍ନବର୍ଣ୍ଣ ।

ଏବେ ଗଛମୂଳ ଚାନ୍ଦିନୀ ଜାଗା ନେଇଛି
ଗାଁ ଛକର ଝଲମଲ ମିନାବଜାର। 
ଗାମୁଛା, ଗଞ୍ଜି ଜାଗାରେ ଟି ଶାର୍ଟ, 
ହ୍ୟାପ ପ୍ୟାଣ୍ଟ ପିନ୍ଧା ନୂଆପିଢିର ଆସର,
ଟଳଟଳ ହୋଇ ଆସୁଥିବ ସଞ୍ଜ
ଦେଖିବାକୁ ବେକାରୀ, କୁଢିଆ 
ମଣିଷଙ୍କ ନୁଆ ଇତିହାସର ରଂଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics