STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୂଆ ଇତିହାସ

ନୂଆ ଇତିହାସ

1 min
146



ଆତ୍ମନିର୍ଭରଟି ଆବିର୍ଭୂତ ଏଠି

ନୂତନ ଟିକାର ରୂପେ,

ଆତ୍ମବିଶ୍ୱାସଟି ଜାଗୃତ କରିଲା

ପରାକର୍ମୀ କାର୍ଯ୍ୟ ରୂପେ।୧।


ଅଦୃର୍ଶ୍ୟ ରୋଗଟି ବିଭିଷିକା କଲା

ଭୟଙ୍କର ରୂପ ଧରି,

ତଥାପି ମନୁଷ୍ୟେ ବିଚଳିତ ନାହିଁ

ବିଜ୍ଞାନ ରୂପକୁ ଧରି।୨।


ବିଜ୍ଞାନ କଲାଟି ଆବିଷ୍କାର ପୁଣି

ଅଦୃର୍ଶ୍ୟ ରୋଗର ପାଇଁ,

ଦୁଇ ଟିକା କଲା ଅଦୃର୍ଶ୍ୟ ମାରଣେ

ଜନଙ୍କ କଲ୍ୟାଣ ପାଇଁ।୩।


ଆବିଷ୍କାର ହେଲା ନିବାରଣେ ତାର

ଶତ ପ୍ରତିଶତ ଖାଣ୍ଟି

ଜନଙ୍କ ଶରୀରେ ଲାଗୁ ଅଛି ଏହା

ଆବିଷ୍କାର ହେଲା ଖାଣ୍ଟି।୩।


>

ଗୌରବ ବଢିଲା ସମ୍ପୂର୍ଣ୍ଣ ବିଶ୍ବରେ

ଟିକା ଦେଉ ଅଛି ବାଣ୍ଟି,

ସର୍ବଜନ ହିତ ମୂଳ ମନ୍ତ୍ର ଯାର

ସମର୍ପଣ ଭାବ ଖାଣ୍ଟି।୪।


ଚିକିତ୍ସା ପଦ୍ଧତି ବଢୁଅଛି ନିତି

ନୂଆ ଆବିଷ୍କାରେ ତାର,

ଅତ୍ୟାଧୁନିକରେ ଚିକିତ୍ସା ପ୍ରଣାଳୀ

ହୁଏ ନିତି ଆବିଷ୍କାର।୫।


ନିସ୍ବାର୍ଥର ଭାବ ଡକ୍ଟରେ ଦିଶିଲା

ନର୍ସରେ ଜନକଲ୍ୟାଣ,

ନେତାଙ୍କ ଭିତରେ ସେବା ଭାବ ପୁଣି

କର୍ତ୍ତବ୍ୟେ ଜନତା ଗଣ।୬।


ଆତ୍ମନିର୍ଭରଟି ହେଲା ଆର୍ଯ୍ୟାବର୍ତ୍ତ

ଆତ୍ମବିଶ୍ବାସ ରେ ପୂର୍ଣ୍ଣ,

ଗୌରବର ଗାଥା ଜଗତେ ଗୁଞ୍ଜିଲା

କଲା ସେ ରୋଗଟି ପୂର୍ଣ୍ଣ।୭।


Rate this content
Log in

Similar oriya poem from Abstract