STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ନୂଆ ଆଶା

ନୂଆ ଆଶା

1 min
214


ଦୂରେ ନାହଁ ତୁମେ ନବବର୍ଷ ଏବେ

ପାଶେ ଅତି ଆପଣାର

ମନେ ନୂଆ ଆଶା ଆନନ୍ଦ ଉଲ୍ଲାସ 

ହୋଇବ ସ୍ବପ୍ନ ସାକାର ।


ହେଉ ମଧୁମୟ ପ୍ରତିଟି ମୂହୁର୍ତ୍ତ 

ଉନ୍ମେଷୁ କିରଣେ ପ୍ରାଣ

ହିଲ୍ଲୋଳୁ ପବନେ ଜୀବନ ସଙ୍ଗୀତ 

ସୁକର୍ତ୍ତବ୍ଯ ଉଚ୍ଚାଟନ ।


ପଲ୍ଲବୀ ସବୁଜ ଚିନ୍ତା ସଚେତନା

ସତ୍ଯ ଶାନ୍ତି ସଦ୍ଭାବନା

ଝଲସୁ ହୃଦୟେ ଭକ୍ତି ସୁବିଶ୍ବାସ 

ସୃଜନର ସଙ୍କଳ୍ପନା ।


ଶାନ୍ତ ସୁଶୀତଳ ବରଷନ୍ତୁ ଜ୍ଯୋତି

ଚନ୍ଦ୍ରସୂର୍ଯ୍ୟ ତାରାଗଣ

ନିର୍ଝରୁ ସ୍ୱଚ୍ଛନ୍ଦ ମମତା ମଧୁର 

ଅନାବିଳ ସ୍ନେହ ପ୍ରେମ ।


ବିକଶୁ ସୁମନ ପ୍ରଫୁଲ୍ଲ କମଳ

ଜୀବନ ଅମୃତମୟ

ହୁଅ ଅନୁକୂଳ ରୁଦ୍ର ମହାକାଳ 

ଈଶ୍ବର ମଙ୍ଗଳମୟ ।


Rate this content
Log in

Similar oriya poem from Inspirational