STORYMIRROR

Prabhanjana Tripathy

Classics

3  

Prabhanjana Tripathy

Classics

ନୁହେଁ ନାଟକ

ନୁହେଁ ନାଟକ

1 min
295

ରାଗ ରୁଷ ଆଉ ମାନ ଅସ୍ନମାନ

ଲୁହରେ ଦେଏନା ଢ଼ାଳି

ଲୌହ ଠାରୁ ଲୁହ ନୁହେଁ ଶକ୍ତ,

ଜୀବନ କୁ କିଆଁ ଗାଳି


ଏଇଠି ଭାଗ୍ୟ କରେ ନୀତି କେଳି,

ତା ପଥେ ତାହାର ବେଗ

ଜୀବନ ଜଳାଇ ପଥ ଅତିକ୍ରାନ୍ତେ,

ଭାଗ୍ୟ ସାଥେ ମିଥ୍ୟା ରାଗ


ନାନା ଦୁର୍ଦ୍ଦିନର ବ୍ୟତିକ୍ରମ ଆସି,

ପାଷାଣ ଝରାଏ ଲୁହ,

ପଥର ଫାଟି ଲଶା ବୋହିଯାଏ,

ସମ୍ଭାଳି ନ ପାରେ କୋହ,


ଯନ୍ତ୍ରଣା ଜଡ଼ ପାତାଳ ଭେଦିଛି,

ଉପୁଡା ନ ଧରେ ବିହୀ,

ମାନବ କେବଳ ,ଖେଳନା ମାତ୍ର,

ସିଏ କି ପାରିବ ସହି,


ଏକ ପରେ ଏକ ନାଟକ ମଞ୍ଚେ,

ହୁଏ ଭିନ୍ନ ଅଭିନୟ,

ଏଇତ ସଂସାର,ମଞ୍ଚ ଭୂମିକାରେ,

ମାନବର ପରାଜୟ,


ବାଟ ଚାଲି ଚାଲି ଆସିବ କ୍ଳେଶ,

ନିର୍ଦେଶନା କାଳ ବଳେ,

ଯାହା ନିର୍ଦେଶ ଦେବ ନିର୍ଦେଶକ,

ସେ ହିଁ ମଞ୍ଚରେ ଖେଳେ,


ସେହ ଦୃଶ୍ୟ ଯେବେ ଆସିବ ନାଟକେ,

ବିଭଛ୍ୱ ଦାରୁଣ ହେବ,

ଅନ୍ଧାର ପଥ ଅତିକ୍ରମ ପରେ,

ସ୍ମଶାନରେ ପୋଡି ସ୍ୱର୍ଗ,ନର୍କ ଦେଖା ଦେବ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics