STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ନୃତ୍ଯ

ନୃତ୍ଯ

1 min
395


ସାର୍ବଭୌମ କଳା ନୃତ୍ଯ ଅଙ୍ଗଭଙ୍ଗୀ

ରସମୟ ପ୍ରଦର୍ଶନ 

ମନ ଅଭିବ୍ୟକ୍ତି ପ୍ରକଟେ ସମାଜେ

ସଂସ୍କୃତି ମୁଖ୍ଯ ସାଧନ ।


ନଟରାଜ ଶିବ ପ୍ରମୁଖ ଦେବତା

ନୃତ୍ଯ ହିଁ ପଞ୍ଚମ ବେଦ

ରଚନା କରିଣ ନାଟ୍ଯ ମହାଶାସ୍ତ୍ର

ଭରତ ମୁନୀ ପ୍ରସିଦ୍ଧ ।


ଶାସ୍ତ୍ର ପୁରାଣରେ ରହିଛି ଉଲ୍ଲେଖ

ଦେବତାଙ୍କ ଅନୁରୋଧେ

ସୃଷ୍ଟିକର୍ତ୍ତା ବ୍ରହ୍ମା ନୃତ୍ଯ ବେଦ ରଚି

ଛନ୍ତି ନବ ରସ ଛନ୍ଦେ ।


ସ୍ବର୍ଗ ପୁରେ ଇନ୍ଦ୍ର ରାଜସଭା ମଧ୍ଯେ

ନୃତ୍ଯ ଓ ଗୀତ ଆସର

ବଢାଏ ଶୋଭାର ଗରିମା ମହତ୍ତ୍ବ 

ଦେବତାଗଣ ବିଭୋର ।


ସବୁଠୁ ପ୍ରାଚୀନ ଭାରତ ନାଟ୍ଯମ 

ମନ୍ଦିର ଶାସ୍ତ୍ରୀୟ ନୃତ୍ଯ 

ତାମିଲନାଡୁର ମଠ ଓ ମନ୍ଦିରେ

ହୋଇଥାଏ ପ୍ରଦର୍ଶିତ ।


ଓଡିଶୀ କଥକ ମୋହିନୀଆଟ୍ଟମ 

କୁଚିପୁଡ଼ି କଥକଳୀ

ମୋହିନିଏ ମନ ନୃତ୍ଯ ମଣିପୁରୀ

ଅପୂର୍ବ ନୃତ୍ଯ ମାଧୁରୀ ।


ସଂସ୍କୃତି ସମ୍ପନ୍ନ ଆମ ଓଡିଶାର 

ଲୋକନୃତ୍ଯ ସୁସମୃଦ୍ଧ 

ଗୋଟିପୁଅ ଛଉ ଘୁମୁରା ରଣପା

ସମ୍ବଲପୁରୀ ପ୍ରସିଦ୍ଧ ।


ନାଚନ୍ତି ଦର୍ଶକେ ଝୁମି ତାଳେତାଳେ 

ଉତ୍ସବ ପୂଜା ପାର୍ବଣେ

ମନର ଖୁସିକୁ କରନ୍ତି ପ୍ରକାଶ 

ମୌସୁମୀ ଶୁଭ ଆଗମେ ।


ଉକୁଟେ ସରଳ ହାସ୍ୟ ରୌଦ୍ର ଶାନ୍ତ 

ରସ କରୁଣ ଶୃଙ୍ଗାର 

ଅଦ୍ଭୁତ ବିଭତ୍ସ ଫୁଟଇ ମୁଖରେ

ଭାବ ଭୟାନକ ବୀର ।


ଜନ୍ମ ଓ ବିବାହ ଶୁଭ ଅବସରେ

ବାଜେ ମାଦଲ ମହୁରୀ

ଡାଲଖାଇ ନାଚ ରଙ୍ଗବତୀ ସୁରେ

ଚାଲଇ ରସେରକେଲି ।


ଅନୁପମ ନୃତ୍ଯ ରଖିଥାଏ ସୁସ୍ଥ 

ଶରୀରକୁ କ୍ରିୟାଶୀଳ 

ଶରୀରର ଭାର କରେ ନିୟନ୍ତ୍ରଣ 

ମନ ସଜଫୁଟା ଫୁଲ ।

    



Rate this content
Log in

Similar oriya poem from Inspirational