STORYMIRROR

Sarojini Mishra

Classics

4  

Sarojini Mishra

Classics

ନନ୍ଦା ଭଦ୍ରା ତରୀ ହେଲେଣି ସଜ

ନନ୍ଦା ଭଦ୍ରା ତରୀ ହେଲେଣି ସଜ

1 min
15

ପ୍ରତୀକ୍ଷା ଅନ୍ତ ଚନ୍ଦନ ଆଗତ
ନନ୍ଦା ଭଦ୍ରା ତରୀ ହେଲଣି ସଜ
ପ୍ରଭୁ ସ୍ପର୍ଶ ପାଇଁ ଧନ୍ୟ ହୋଇବେ ସେ ମନରୁ ହିଟିଛି ପ୍ରତୀକ୍ଷା ବୋଝ ।

ଚୈତ୍ର ପୂର୍ଣ୍ଣିମାରେ ଜଳରୁ ଆଗତ ପଞ୍ଚନାବ ଙ୍କର କି ଯେ ଆନନ୍ଦ ବିଶ୍ୱକର୍ମା ଚ଼ାପ ନିର୍ମାଣ କରନ୍ତି
ଦୁଇଟି ନାବରେ ଗୋଟେ ସନନ୍ଦ |

ଭଦ୍ରା ଜ୍ୟେଷ୍ଠ ନାବ ହୋଇ ସଜବାଜ ପ୍ରତୀକ୍ଷା କରିଛି ଯେ ରାମକୃଷ୍ଣ
ସଙ୍ଗେ ପଞ୍ଚ ମହାଦେବଙ୍କ ଆସ୍ଥାନ
ନାବ କେଳି କଥା ଭାବି ସତୃଷ୍ଣ।

ନନ୍ଦା ସଜ ହୋଇ ଅପେକ୍ଷାରେ ରତ ମଦନ ମୋହନ ଆଗମ ପଥ
ଶ୍ରୀଦେବୀ ଭୂଦେବୀ କୋଳେ ନେଇ ତୋଳି
ନନ୍ଦା ହୋଇ ଯିବ ସତେ ମହାନ ।

ଭାବରେ ଭାବରେ ପ୍ରତୀକ୍ଷାର ଅନ୍ତ ମହାଭାବ ମୟ ହେବ ନରେନ୍ଦ୍ର ତେଲିଙ୍ଗି ବାଜାର ସ୍ୱତନ୍ତ୍ର ଶବଦେ
ନନ୍ଦା ଭଦ୍ରା ସତେ ଅବା ଅନିଦ୍ର ।

ଗ୍ରୀଷମ ଯନ୍ତ୍ରଣା କରି ଉପଶମ
ଚ଼ନ୍ଦନ ଲେପନ ସାରା ସର୍ବାଙ୍ଗ
 ମହ ମହ ଗନ୍ଧ ପରଶିବେ ପ୍ରଭୁ
ନନ୍ଦା ଭଦ୍ରା ପ୍ରୀତ ବିକଳ ଅଙ୍ଗ ।

ଜଗନ୍ନାଥ ଧାମ ପବିତ୍ର ପାବନ
ପୁଣ୍ୟ ସ୍ରୋତେ ଧୁଆ ତାହାର ରୀତି ଜୀବନ ତତ୍ତ୍ଵର କଥା କହିଦିଏ ଗାଉଥାଏ ସଦା ଭାବର ଗୀତି ।

ତପ୍ତ ଗ୍ରୀଷ୍ମ ଋତୁ ଉପଚ଼ାର କଥା
ଚନ୍ଦନ ଯାତ୍ରାର ବିଧିରେ ଲେଖା ମଧୁସୂଦନଙ୍କ ନୀତି କାନ୍ତି ଦିଏ
ଗ୍ରୀଷ୍ମ ପ୍ରବାହର ମୁକ୍ତି ବାରତା ।

ପାଣି, ପଣା ରୀତି ଆଲଟ ଚ଼ାମର
ମୁକ୍ତ ବାୟୁ ନଦୀ ସମୀପେ ଖେଳା
ନନ୍ଦା ଭଦ୍ରା ସଜ ବର୍ଷୀୟ ତପସ୍ୟା
ପୁରା କରିବା ର ଆବେଗ ମେଳା ।

ନନ୍ଦା ଭଦ୍ରା ସଜ ବାଜ ହୋଇଲେଣି ମହାରାସ ଦେଖି ପବିତ୍ର ହେବେ
ଅଙ୍ଗେ ଅଙ୍ଗେ ଭରି ଭକ୍ତି ମାଦକତା ବରଷକ ଦୁଃଖ ପାଶୋରି ଦେବେ ।

ଚିନ୍ତା ମଣି ଚିନ୍ତା ହରଣ କରିବେ ସ୍ପର୍ଶରେ ହୋଇବେ ଭାବ ବିହ୍ବଳ
ଶାନ୍ତି ର ମଳୟ ଛୁଇଁ ଯାଉଥିବ
ପ୍ରଭୁଙ୍କୁ ନେବାରେ ପାଇବେ ବଳ |

ଧନ୍ୟ ନନ୍ଦା ଭଦ୍ରା ଧନ୍ୟ ତୁମ ଭକ୍ତି ସଙ୍ଗେ କରାଉଛ ନୌକା ବିହାର ପ୍ରତୀକ୍ଷା ଉପେକ୍ଷା କିପରି କରିବେ ଭାବମୟ ପରା ସେ ଚକ୍ରଧର ।


Rate this content
Log in

Similar oriya poem from Classics