Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Fantasy Others

4  

Arjuni charan Behera

Fantasy Others

ନମଃ ଆଞ୍ଜନେୟ

ନମଃ ଆଞ୍ଜନେୟ

1 min
366


       

ନମସ୍ତେ ଅଞ୍ଜନା ସୂତ ନମଃ ଆଞ୍ଜନେୟ l

ତବ ସ୍ମରଣରେ କଟେ ପୀଡ଼ା କାଳଭୟ ll

ନମଃ ନମଃ ବାୟୁପୁତ୍ର ନମସ୍ତେ, ମାରୁତି l

ଅଦ୍ଭୁତ ତୁମର ଅଟେ ବାୟୁ ବେଗେ ଗତି ll 

ଭାରତ ଯୁଦ୍ଧରେ ବିଜେ କପୀଧ୍ୱଜ ରଥେ l

ଶ୍ରୀକୃଷ୍ଣ ସାରଥି ଥିଲେ ଜିତାଇଲ ପାର୍ଥେ ll

ଅଶୋକ ବନେ ସୀତାଙ୍କୁ ସୁବର୍ଣ୍ଣ ମୁଦ୍ରିକା l

ଦେଇ ଜଳାଇଲ ତୁମ୍ଭେ ସ୍ୱର୍ଣ୍ଣମୟୀ ଲଙ୍କା ll

ନମସ୍ତେ ନମସ୍ତେ ଆହେ ବୀର ହନୁମାନ l

ପାଶେ ରଖିଅଛ ପ୍ରଭୋ ରାମ ରସାୟନ ll

ଗନ୍ଧମାର୍ଦ୍ଦନେ ଉତ୍ପାଟି ସଂଜୀବନୀ ଘେନି l

ସୌମିତ୍ରୀଙ୍କୁ ଜିଆଇଲ ନପାହୁଁ ରଜନୀ ll

ଲଙ୍କାରେ ଅସୁର ମାନେ ପର୍ବତ ଆକାର l

ଗୋଡ଼ାଇ ମାରିଲ କରି ପର୍ବତେ ପ୍ରହାର ll

ତୁମ୍ଭେ ପ୍ରଭୋ ଅଷ୍ଟ ସିଦ୍ଧି ନବ ନିଧି ଦାତା l

ହରଷରେ ବରଦେଲେ ଵିଦେହ ବନିତା ll

ଦାସ୍ୟଭକ୍ତି ସଙ୍ଗେ ତୁମ୍ଭ କିଏ ହେବ ତୁଳ l

ଅତୁଳିତ ବଳ ଧାମା ଆହେ ମହା ବଳ ll

ସର୍ଵ ସିଦ୍ଧି ପ୍ରଦାୟକ ଆହେ କପି ଶ୍ରେଷ୍ଟ l

ପାଦେ ଧ୍ୟାନ ରହୁ ଜୟ ଜୟ ରାମଦୂତ ll

       


Rate this content
Log in

Similar oriya poem from Fantasy