STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ନିୟତିର ଖେଳ

ନିୟତିର ଖେଳ

1 min
365

କାହିଁ ଅତି ବର୍ଷା କାହିଁ ବର୍ଷା ନାହିଁ ଶୁଖିଲା ପଡ଼ିଛି ଭୁଇଁ,

ଚାହିଁ ରହିଅଛି ଆକାଶେ କୃଷକ

ବର୍ଷା ଆଗମନ ପାଇଁ।


ଖେଳ ନିୟତିର ଚିନ୍ତିତ କରୁଛି ମନେ କୃଷକଙ୍କ ଦୁଃଖ

ହୁଏ ବର୍ଷା କାହିଁ ବର୍ଷା ଶୁନ୍ୟ କାହିଁ

ତହିଁ ଖେଳ ସୁଖ ଦୁଃଖ।


ଅତି ବର୍ଷା ଯହିଁ ତହିଁରେ ପ୍ରଳୟ ଜଳାଶୟ ପୂର୍ଣ୍ଣଗର୍ଭା

ଝଡ଼ଜଞ୍ଜା ତହିଁ ବିନାଶ ତାଣ୍ଡବ

ବିନାଶ ଯନ୍ତ୍ରଣା ଉଭା।


ଯହିଁ ବର୍ଷା ନାହିଁ କୃଷକ ଦୁଃଖିତ ହେବରେ କିପରି ଚାଷ

ସଞ୍ଚାଇ ସୁବିଧା ନାହିଁ ତହିଁ ଭାଇ

ବର୍ଷାର ନିର୍ଭରେ ଚାଷ।


ଯହିଁ ବର୍ଷା ହୁଏ କୃଷକ ଆନନ୍ଦ ଚାଷ କାର୍ଯ୍ୟେ ହରବର

ଚାଷୀ ରହିଥାନ୍ତି ଚାଷର କାର୍ଯ୍ୟରେ

ଆନନ୍ଦ ତହିଁ ଅପାର।


ବର୍ଷା ଋତୁ ଏହୁ ଶ୍ରାବଣ ମାସଟି ଶୁଖିଲା ପଡ଼ିଛି ଜମି

ମୁଣ୍ଡେ ହାତ ଦେଇ ବସିଛି କୃଷକ

ଚାହିଁ ରହିଅଛି ଜମି।


ବର୍ଷା ନହେଲେରେ ଚାଷ ହେବ କାହୁଁ କିପରି ଚଳିବ ଘର

ଗୃହ ଆବଶ୍ୟକ ଚାଷରେ ନିହିତ

ଚାଷର ବିନୁ ଅନ୍ଧାର।


ବର୍ଷା ପାଇଁ ଯହିଁ ଶିବଙ୍କ ପୂଜନ ଶଙ୍ଖ ହୁଳହୁଳି ଗୁଞ୍ଜେ,

ଅକର୍ମା ଦାନୀଙ୍କୁ ବିନତି ଭକ୍ତିରେ

ଚାଷୀଙ୍କ ଯନ୍ତ୍ରଣା ଗୁଞ୍ଜେ।


ନଜର ସମାନ ନାହିଁ କିମ୍ପା ପ୍ରଭୁ? କାହିଁ ବର୍ଷା କାହିଁ ଖରା,

ନୀଳା କିପରି ଟି ପ୍ରଭୁ ଜଗନ୍ନାଥ

କର୍ତ୍ତା ଜଗତର ପରା ।


ନଜର ଦିଅହେ ଚକାନୟନରେ କରୁଣା କର କୃଷକେ

ସୁଖିଲା ଭୁଇଁରେ ପଡୁ ବର୍ଷା ଧାର

ହେଉରେ ଚାଷ କୃଷକେ।


ଅଜ୍ଞାନୀ ମନୁଷ୍ୟ ଜ୍ଞାନ ନାହିଁ ପ୍ରଭୁ କିପରି ବୁଝିବ ଖେଳ

ଖେଳ ନିୟତିର ଅତି ଭୟଙ୍କର

କର ଦୂର ଏହୁ ଖେଳ।


ନଦେଲେରେ ଧ୍ୟାନ ହେବରେ ଦୁର୍ଭିକ୍ଷ କୃଷକ ହେବେ ନିପାତ,

ଦରିଦ୍ରତା ସ୍ଥିତି ଗୁଞ୍ଜିବ ରାଷ୍ଟ୍ରରେ

କରିବରେ ଭୟଭୀତ।


ନୀଳା ନିୟତିର ଜଗନ୍ନାଥଙ୍କର ଜଗତ କଲ୍ୟାଣ ପାଇଁ,

ସୃଷ୍ଟି କର୍ତ୍ତା ତୁହି ଦାରୁବ୍ରହ୍ମ ଭକ୍ତେ

କଷ୍ଟ ନିବାରଣ ପାଇଁ।


ବର୍ଷା ଏକାପରି ହେଉ ଧରା ଧାମେ କରୁଣା କର କାଳିଆ

ଆନନ୍ଦେ ରୁହନ୍ତୁ ତହରି ସନ୍ତାନେ

ନଜର ପଡୁ କାଳିଆ।


ଭକ୍ତି ନିରନ୍ତର ଚରଣେ ତହର ମନବାଞ୍ଛା ପୂର୍ଣ୍ଣ କର

ଯହିଁ ବର୍ଷା ନାହିଁ ବର୍ଷା ହେଉ ତହିଁ

କୃପାସିନ୍ଧୁ କୃପା କର।


Rate this content
Log in

Similar oriya poem from Abstract