ନିସ୍ତବ୍ଧ ମୁହିଁ ନିର୍ଜନ ସ୍ଥାନେ
ନିସ୍ତବ୍ଧ ମୁହିଁ ନିର୍ଜନ ସ୍ଥାନେ
ନିସ୍ତବ୍ଧ ମୁହିଁ ଯେ ନିର୍ଜନ ସ୍ଥାନେ।
କ୍ଲେଶ ଆତ୍ମରେ ଯେ ବସେ ମଉନେ।
ନୁହେଁ ମୂକ ମୁଁ ଯେ ନୁହେଁ ବଧିର।
ଆତ୍ମା କାନ୍ଦେ ମୋ ହୋଇ ଅଧିର।
ନିଜସ୍ଵ ସ୍ଥିତିରେ ମୁହିଁ ଦାରୁଣ।
ଆଶା ଭଙ୍ଗ ଯେ ଅଟେ କରୁଣ ।
ହୃଦେ କିହୋ ମୋ ଲହୁ ଅଜସ୍ର।
ମନର ବ୍ୟଥାକୁ ଦୁଃଖ ଶହସ୍ର।
ନିସ୍ତବ୍ଧ ଦେଖି ମୁଁ ସର୍ବ ବେଭାର।
ଦ୍ୱେଷ ଭାବକୁ ଯେ ସ୍ଵଭାବ ଅକୃର ।
ଛଦ୍ମ ବେଶକୁ ଯେ ନିଷ୍ଠୁର ଭାବ।
ମନେ କେ ପାଞ୍ଚେ ଅନ୍ୟର ଭେଦ।
ମୋର ନିଜର ମୋ କ୍ଷତି କରନ୍ତି।
ମୋର ବକ୍ଷରେ ସେ ଖଡ୍ଗ ଗେଞ୍ଜନ୍ତି।
କିଏ ଏଠି ଭଲ ତ କିଏ ଯେ ଭେଲ।
ନା କେହି ଦୃଶ୍ୟେ ଯେ ସବୁ ଅଗୋଚର।
ଚିହ୍ନ ହୁଏ ନାହିଁ ତାଙ୍କ ମୁଖଟା।
ଅକୃର ଅପଣା କରନ୍ତି ବଣା।
ବିଶ୍ଵାସ ମନ୍ଦିର ଚୂର୍ଣ୍ଣ କରନ୍ତି।
ବିଶ୍ଵାସ ପାତ୍ରରେ ବିଷ ଭରନ୍ତି।
