Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ନିଷ୍ପ୍ରଭ ଦୀପାବଳୀ

ନିଷ୍ପ୍ରଭ ଦୀପାବଳୀ

1 min
172


ଶ୍ରୀ ରାମ ରାବଣ ମାରିଲେ 

ସୀତା ଉଦ୍ଧାର କଲେ , 

ସୀତା ଓ ଲକ୍ଷ୍ମଣ ସହିତ

ଅଯୋଧ୍ୟା ଫେରିଲେ ।


ଅସତ୍ଯ ଉପରେ ସତ୍ୟର

ଜୟ ଧ୍ୱଜା ଉଡିଲା , 

ଶ୍ରୀ ରାମଙ୍କୁ ପାଇ ଅଯୋଧ୍ୟା

ପୁଣି ଗର୍ବିତ ହେଲା ।


ଖୁସୀରେ ଅଯୋଧ୍ୟା ବାସୀଏଁ

ରାମେ ସ୍ୱାଗତ କଲେ , 

ପ୍ରଦୀପ ଜଳାଇ ନଗର

ଆଲୋକିତ କରିଲେ ।


ଦୀପାବଳୀ ନାମେ ଦିନଟି

ଅଭିହିତ ହୋଇଲା ,

ତ୍ରେତୟା ଯୁଗରୁ ଏ ଯାଏଁ

ଦେଶେ ପାଳିତ ହେଲା ।


ଆଲୋକର ପର୍ବ ଦୀବାଲି

ଅତି ଆନନ୍ଦ ଦିଏ , 

ମାଆ କାଳୀଙ୍କର ପୂଜାବି

ଏହି ଦିନରେ ହୁଏ ।


କାର୍ତ୍ତିକ ଅମାବାସ୍ଯାରେ

ଏହା ପାଳିତ ହୁଏ , 

ଉଜ୍ଜ୍ବଳ ଆଲୋକ ମାଳାରେ

ଦେଶ ଶୋଭିତ ହୁଏ ।


ପ୍ରଦୀପ ମାଳାରେ ପୁରିତ

ସାରା ଧରଣୀ ହୁଏ , 

ପିଠା, ପଣା, ପୂଜା ଅର୍ଚ୍ଚନା 

ପ୍ରତି ଗୃହରେ ହୁଏ ।


ଅନେକ ପ୍ରକାର ବାଣ ବି

ଲୋକ ଫପଟାଇଥାନ୍ତି , 

ପିତୂପୁରୁଷଙ୍କ ଶ୍ରାଦ୍ଧ ବି

ଏହି ଦିନେ କରନ୍ତି ।


ବଡ଼ ବଡୁଆଙ୍କୁ ଡାକନ୍ତି

କାଉଁରିଆ ଜଳାଇ , 

ଅନ୍ଧାରେ ଆସି ଆଲୁଅରେ

ତୁମେ ଯାଅ ପଳାଇ ।


ପରୁଷୋତ୍ତମ ଙ୍କ ଧାମରେ

ମହାପ୍ରସାଦ ଖାଅ ,

ବାଇଶି ପାହାଚ଼ ଉପରେ

ଗଡ ଗଡ ଗଡଉ ଥାଅ ।


Rate this content
Log in

Similar oriya poem from Classics