STORYMIRROR

Anupama Sahu

Tragedy

3  

Anupama Sahu

Tragedy

ନିଶିଗନ୍ଧା

ନିଶିଗନ୍ଧା

1 min
271

ବଉଦ ଓଢଣି ତଳୁ 

ଜହ୍ନଟା ଯେତେବେଳେ 

ମୋତେ ଦେଖି ହସିଦିଏ 

ଛାତି ଭିିତରେ ଜମାଟ ବାନ୍ଧିଥିବା 

କୋହସବୁ ଆଖିର କବାଟ ଖୋଲି 

ଝରିପଡେ ତତଲା ଲୁହର ରୂପରେ। 

ତୁମେ ଆସ ନାହିଁ ବୋଲି 

ମୁଁ ସହି ପାରେ ନାହିଁ 

କଇଁ ଫୁଲର ହସ 

ବାରମ୍ବାର ଶରବିଦ୍ଧ ହୁଏ ପ୍ରେମ ପକ୍ଷୀ 

ସମର୍ପିତ ମୁହୂର୍ତ୍ତସବୁ ନିରୁଦ୍ଦିଷ୍ଟ 

ବିିଚ୍ଛେଦ ବହଳ ଅନ୍ଧାରେ ।

ଜହ୍ନଟା ଶୋଇଯାଏ ଆକାଶ ଛାତିରେ 

ପ୍ରେମାତୁର ମନ କିନ୍ତୁ ଅବୁଝା 

ରାତିର ରାଣରେ 

ନିଜକୁ ହଜାଇ ନିସ୍ତବ୍ଧ ନିଶିରେ 

ହାରିଯାଏ ନିଶିଗନ୍ଧା 

ଉତ୍ତର ଖୋଜି ପାଏନା 

ସତେ କଣ 

ଅନ୍ଧାର ବୁଝେନା ଜହ୍ନର ଜ୍ୟୋସ୍ନା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy