ନିଶିଗନ୍ଧା
ନିଶିଗନ୍ଧା
ବଉଦ ଓଢଣି ତଳୁ
ଜହ୍ନଟା ଯେତେବେଳେ
ମୋତେ ଦେଖି ହସିଦିଏ
ଛାତି ଭିିତରେ ଜମାଟ ବାନ୍ଧିଥିବା
କୋହସବୁ ଆଖିର କବାଟ ଖୋଲି
ଝରିପଡେ ତତଲା ଲୁହର ରୂପରେ।
ତୁମେ ଆସ ନାହିଁ ବୋଲି
ମୁଁ ସହି ପାରେ ନାହିଁ
କଇଁ ଫୁଲର ହସ
ବାରମ୍ବାର ଶରବିଦ୍ଧ ହୁଏ ପ୍ରେମ ପକ୍ଷୀ
ସମର୍ପିତ ମୁହୂର୍ତ୍ତସବୁ ନିରୁଦ୍ଦିଷ୍ଟ
ବିିଚ୍ଛେଦ ବହଳ ଅନ୍ଧାରେ ।
ଜହ୍ନଟା ଶୋଇଯାଏ ଆକାଶ ଛାତିରେ
ପ୍ରେମାତୁର ମନ କିନ୍ତୁ ଅବୁଝା
ରାତିର ରାଣରେ
ନିଜକୁ ହଜାଇ ନିସ୍ତବ୍ଧ ନିଶିରେ
ହାରିଯାଏ ନିଶିଗନ୍ଧା
ଉତ୍ତର ଖୋଜି ପାଏନା
ସତେ କଣ
ଅନ୍ଧାର ବୁଝେନା ଜହ୍ନର ଜ୍ୟୋସ୍ନା ?