STORYMIRROR

Prabhati Mahapatra

Romance Others

4  

Prabhati Mahapatra

Romance Others

ନିଶି ପ୍ରାନ୍ତେ

ନିଶି ପ୍ରାନ୍ତେ

1 min
360


ତୁମ ହାତଧରି ନିଶିକଲି ପାରି

ସାକ୍ଷୀ ମୋର ଜହ୍ନ ତାରା

ମନ ମୋ ପ୍ରଫୁଲ୍ଲ ସ୍ବପ୍ନ ଝଲମଲ

ଲୋଡା ନାହିଁ ମୋତି ହୀରା 

ବନ୍ଧୁରେ ବନ୍ଧୁରେ

ଲୋଡା ନାହିଁ ମୋତି ହୀରା....l


ଆଖିରେ ଭରିଲ ଆଶାର କଜ୍ଜଳ

ଚାହିଁ ଥିବି ଚିର ଦିନ

ନାଲି ଚୁଡ଼ି ଦେବ ମୋର ଶୂନ୍ୟ ହସ୍ତେ

ଜୀବନ ହୋଇବ ଧନ୍ୟ

ତୁମେ ମୋର ମନ ତୁମେ ମୋ ସ୍ପନ୍ଦନ

ତୁମେ ମୋ ଧମନୀ ଶିରା ।

ଲୋଡା ନାହିଁ ମୋତି ହୀରା .....


ରଜନୀର ଶେଷେ  ବାନ୍ଧିଛି ନିଶ୍ଵାସେ

ତୁମ ସ୍ପର୍ଶ ଅନୁଭବ 

ଅକୁହା କଥାକୁ କହି କି ପାରିବି

ମନ ଯେତେ କରୁ ରାବ ।

ଅଜସ୍ର ସେନେହ ତୋଳି ଦେଇ ମୋତେ

କଳି ଯୁଗେ କଲ ମୀରା 

ଲୋଡା ନାହିଁ ଜହ୍ନ ତାରା ......


ପାହିଗଲା ରାତି ଜାଗିଲେ ଅରାତି

ଛାତି ତଳେ କଲ ଘର

ପ୍ରୀତି କଲମରେ ସେନେହ କାଳିରେ

କବିତାରେ ଦେଲି ସ୍ବର

ଓଠ ତଳ ହସ ଝରି ପଡ଼ିବାକୁ

ସମୟ ଆସିନି ପରା ।

ଲୋଡ଼ା ନାହିଁ ମୋତି ହୀରା .......ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance