ନିଶି ପ୍ରାନ୍ତେ
ନିଶି ପ୍ରାନ୍ତେ
ତୁମ ହାତଧରି ନିଶିକଲି ପାରି
ସାକ୍ଷୀ ମୋର ଜହ୍ନ ତାରା
ମନ ମୋ ପ୍ରଫୁଲ୍ଲ ସ୍ବପ୍ନ ଝଲମଲ
ଲୋଡା ନାହିଁ ମୋତି ହୀରା
ବନ୍ଧୁରେ ବନ୍ଧୁରେ
ଲୋଡା ନାହିଁ ମୋତି ହୀରା....l
ଆଖିରେ ଭରିଲ ଆଶାର କଜ୍ଜଳ
ଚାହିଁ ଥିବି ଚିର ଦିନ
ନାଲି ଚୁଡ଼ି ଦେବ ମୋର ଶୂନ୍ୟ ହସ୍ତେ
ଜୀବନ ହୋଇବ ଧନ୍ୟ
ତୁମେ ମୋର ମନ ତୁମେ ମୋ ସ୍ପନ୍ଦନ
ତୁମେ ମୋ ଧମନୀ ଶିରା ।
ଲୋଡା ନାହିଁ ମୋତି ହୀରା .....
ରଜନୀର ଶେଷେ ବାନ୍ଧିଛି ନିଶ୍ଵାସେ
ତୁମ ସ୍ପର୍ଶ ଅନୁଭବ
ଅକୁହା କଥାକୁ କହି କି ପାରିବି
ମନ ଯେତେ କରୁ ରାବ ।
ଅଜସ୍ର ସେନେହ ତୋଳି ଦେଇ ମୋତେ
କଳି ଯୁଗେ କଲ ମୀରା
ଲୋଡା ନାହିଁ ଜହ୍ନ ତାରା ......
ପାହିଗଲା ରାତି ଜାଗିଲେ ଅରାତି
ଛାତି ତଳେ କଲ ଘର
ପ୍ରୀତି କଲମରେ ସେନେହ କାଳିରେ
କବିତାରେ ଦେଲି ସ୍ବର
ଓଠ ତଳ ହସ ଝରି ପଡ଼ିବାକୁ
ସମୟ ଆସିନି ପରା ।
ଲୋଡ଼ା ନାହିଁ ମୋତି ହୀରା .......ll

