ନିଶ୍ଚୟ କହିବ ସାଥୀ
ନିଶ୍ଚୟ କହିବ ସାଥୀ
କେମିତି ବଞ୍ଚିବାକୁ ହେବ
ତୁମ ବିନା
ବୁଝେଇ କହିଯିବ
ବିଦାୟ ପୂର୍ବରୁ
ଯେମିତି ଝୁରିବନି ପ୍ରାଣ
ଯେମିତି ଝରିବନି ଲୁହ କଲବଲ ହେବିନି ମୁଁ ।।
ଯଦି ଅସମ୍ଭବ ହେଇଯିବ
ତୁମ ବିନା ବଞ୍ଚିବା
କେମିତି ସମ୍ଭାଳି ନେବି ନିଜକୁ
କହିବ ନିଶ୍ଚୟ ବେଶୀ କିଛି ନଭାବି ନିଃସନ୍ଦେହରେ ।।
ପ୍ରେମ ର ଅଡ଼ୁଆ ସୂତାରେ
ଛନ୍ଦି ହୋଇଗଲା ପରେ
ମୁକୁଳିବା କଣ ଏତେ ସହଜ
ଭାବି ଦେଖ ଥରେ
କେତେ ଯନ୍ତ୍ରଣା ଦଗ୍ଧ ସମୟ ର ଈଶାରା ।।
ଯେବେ ଅଲଗା ହେବା
ପୂର୍ବ ନିର୍ଦ୍ଧାରିତ
ହସି ହସି କିଛି ନଘଟିଲା ଭଳି
ସୁନ୍ଦର ସମ୍ପର୍କ ର ଦ୍ୱାହି ଦେଇ
ଆସ ବିଦାୟ ନେଇଯିବା ପରସ୍ପରଠାରୁ ।।
