STORYMIRROR

Satyabati Swain

Romance

3  

Satyabati Swain

Romance

ନିରୋଳା ଗ୍ରହ

ନିରୋଳା ଗ୍ରହ

1 min
410

 

ଅନେକ ଦିନ ପରେ

ହଠାତ୍ ଦେଖା

ରୋକି ହୋଇ ନ ପାରିଲା

ମନର ତିତୀକ୍ଷା,

ଏ କେଉଁ ଜୀବନ ମୋଡ଼

ଭସାଇ ନେଲା ସମୟ

ପରିସ୍ଥିତି ତୋଡ!!

ହିସାବ ପାରୁନି କରି

କେତେ ଭାଵ 

ମୋ ହୃଦୁ ଯାଇଛି ଗଳି

ଆଜି ଦେଖା ହେଲା ପରେ

ଏକି ଅନୁଭବ!!

ମୋ ମସ୍ତିଷ୍କକୁ କାବୁ କରେ!!

ଲଗାଇ ପାରୁନି 

ବିହ୍ଵଳିତ ଏଇ ଛାତିରେ

ରହି ବି ହେଉନି

ଆତ୍ମା ଅଧିର ଯେଣୁ ତୁମ ପ୍ରୀତିରେ

କିନ୍ତୁ ଏକି ସଂଶୟ ରୀତିରେ

କିଏ ରୋକୁଛି ମୋ ଗୋଡ଼

ଶଂସୟାକୁଳ ମତିରେ।

ଇପ୍ସା ମିଶି ଯାଅନ୍ତାକି

ଆକାଶ ମାଟିର ଛାତିରେ

ତୁମେମୟ ହୋଇ

ପହଁରି ଯାଆନ୍ତି

ତୁମ ପ୍ରେମ ନଈରେ

ହଜାଇ ନିଜ ଠିକଣା

ନିଜକୁ ତୁମ ପରିଚୟେ

ପରିଚିତ କରନ୍ତି।

ଖୁସି ଗଗନ ଯାଆନ୍ତା ଛୁଇଁ

ଇନ୍ଦ୍ରଧନୁ ଆସନ୍ତା ଜୀବନେ

ମେଘ ସେପାରେ ଯାଆନ୍ତି ମୁହିଁ

ଚନ୍ଦ୍ର କି ମଙ୍ଗଳେ କରନ୍ତି ଘର

ଏ ପୃଥିବୀରୁ ବହୁ ଦୂର

ଖାଲି ପ୍ରେମ ଥାଆନ୍ତା ଯହିଁ।

ତୁ ହୁଅନ୍ତୁ ନାହିଁ ତୁ

ମୁଁ ହୁଅନ୍ତି ନାହିଁ ମୁଁ

ସେଇ "ନିରୋଳା ଗ୍ରହ"ରେ ଥାନ୍ତା ଗୋଟିଏ ଶବ୍ଦ

ଆମେ

ଏବଂ ଆମ ପ୍ରେମ ବାସନ୍ତା କୁରେଇ ଫୁଲ ହୋଇ

ଉଡ଼ି ଯାଆନ୍ତା ହୋସ୍

ମୋର ଏତିକି ଲୋଡ଼ା ବାସ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance