ନିର୍ମୂଳୀ
ନିର୍ମୂଳୀ
ଭାରି କଅଁଳିଆ ଦିଶେ ଛନ୍ନ ଛନ୍ନ
ସୁଆଙ୍ଗି ମଲାଙ୍ଗଲତା
ଶ୍ୱାସକଷ୍ଟ ଭୋଗେ ଗଛଟି ବିଚରା
ମୁହଁ ପଡିଯାଏ ଫିକା ।
ଅଟେ ପରଜୀବୀ ନିର୍ମୂଳୀ ଲତିକା
ସିଆଣିଆ ଅଲାଜୁକ
ବିନା ପରିଶ୍ରମ କର୍ତ୍ତବ୍ୟ ଉଦ୍ୟମେ
ଶୋଷିଥାଏ ଅନ୍ୟ ରକ୍ତ ।
ନଜର ପଡିଲେ ନିର୍ମୂଳୀ ମଲାଙ୍ଗ
ମନ ହୋଇଥାଏ ଘାରି
ଭାବିଥାନ୍ତି ଲୋକେ ଦର୍ଶନ ତାହାର
ଅଶୁଭ ସଙ୍କେତ ବୋଲି ।
ଭୁଲି ସ୍ୱକର୍ତ୍ତବ୍ୟ ଆତ୍ମ ନିର୍ଭରତା
ଆତ୍ମିକ ମୂଳ ସମ୍ବନ୍ଧ
କିଛି ପରଜୀବୀ ଅଛନ୍ତି ମନୁଷ୍ୟ
ନ ମାନନ୍ତି ଇନ୍ଦ୍ରଚନ୍ଦ୍ର ।
ସୁଖ ସମୟରେ ଲାଖି ଜୋକପରି
ଦେଖାନ୍ତି ଚନ୍ଦ୍ର ବଦନ
ଶୋଷି ଚାଲୁଥାନ୍ତି ଅହରହ ରକ୍ତ
ମିଥ୍ୟା ତାଙ୍କ ଆବରଣ ।
ନିରୀହ ମୁଣ୍ଡରେ ଢାଳି ଦୋଷଯାକ
ପ୍ରଶଂସା ନିର୍ମୂଳୀ ନିଏ
ବଗ ସିନା ଖାଏ ପାଚିଲା ପଣସ
କାଉ ଦୋଷକୁ ମୁଣ୍ଡାଏ ।
ଚିହ୍ନି ହୁଏ ନାହିଁ ଅତି ସହଜରେ
ନୁଖୁରୀ ନିର୍ମୂଳୀ ମୁହଁ
ଅଜ୍ଞାନୀ ମଣନ୍ତି ସମସ୍ତେ ଅଲଣା
ପବନା ଲୁଣି ସୈ।ଭାଗ୍ୟ ।
