STORYMIRROR

Jayashree Das

Classics

4  

Jayashree Das

Classics

ନିର୍ମାଲ୍ୟ କଣିକା

ନିର୍ମାଲ୍ୟ କଣିକା

1 min
337


ମନ ମୋ ବୁଲୁଛି ଗୋପପୁରେ ଧନ,

ଶରୀର ବୁଡିଛି କର୍ମ ଜଞ୍ଜାଳେ.

ପାଦ ମୋ ଚାହୁଁଛି ପୁରସ୍ତମ ଯିବ,

ଯମ ଭିଡୁଅଛି ମଶାଣୀ ଆଡେ।


ହାତ ମୋ ଚାଁହୁଛି ସଜେଇବ ତୋତେ,

ତୁଳସୀ ଦୟଣା ସେବତୀ ଫୁଲେ.

ଚିତ୍ରଗୁପ୍ତ ପାଞ୍ଜି ଖୋଲି ବସିଲାଣି,

ତପନ ଗଲେଣି ପ୍ରତୀଚୀ କୋଳେ ।


ଆଖି ଖୋଜୁଅଛି ମୋହନ ମୂରତି,

ଲାଖି ରହିଯାଉ ହୃଦକାନ୍ଥରେ.

ନିୟତି ହସୁଛି ନେପଥ୍ୟରେ ଧନ,

ସେ ସମୟ ନାହିଁ ଆଉ ହାତରେ ।


 ଚନ୍ଦନ କର୍ପୁର ଅଗୁରୁ ସୁବାସ,

ଖୋଜୁଅଛି ନାସା ଆଘ୍ରାଣ ପାଇଁ.

ସେହି ମହାଭାଗ୍ୟ ଆଉ କି ଆସିବ,

ଦୁଇ ପାଦ ଅଛି ଆଉ କୋକେଇ ।


ତୁଣ୍ଡ ଖୋଜୁଅଛି ଆନନ୍ଦ ବଜାରେ,

ଖାଇବାକୁ ତୋର ଅବଢ଼ା ଭାତ.

ନାହିଁ ସେହିଭାଗ୍ୟ ଏ ଜନ୍ମରେ ଆଉ,

ନିର୍ମାଲ୍ୟ ଦେ ରେ ଜଗତନାଥ. ।


Rate this content
Log in

Similar oriya poem from Classics