STORYMIRROR

Nayana Kumar Mohanta

Tragedy

4  

Nayana Kumar Mohanta

Tragedy

ନିର୍ବାଣ ତୁମେ ମୋର

ନିର୍ବାଣ ତୁମେ ମୋର

1 min
123

  

"ଗୋଟା'ପଣେ ତୁମେ ମୋର ବୋଲି,

କଥା ପଦିଏ,

ତୁମ ଅର୍ପଣର,

ତୁମ ଉତ୍ସର୍ଗର,

ଇସ୍ତାହାର'ଟିଏ

ଜୀବନ ଜୀଇଁବାର 

ବୀଜ ମନ୍ତ୍ର'ଟିଏ,

ଷ୍ପର୍ଶ'ହୀନ,

ନୀରାକାର,

ନୀରଞନ,

ଉପଲବ୍ଧି'ଟିଏ,

ନୁହେଁ କି ?

ଭୋକ ଶୋଷ,

ଆହାର, ଶୟନ, ମୈଥୁନ

ତାଲିକାରୁ ଗୋଟିଏ ?

ତୁଳି'ତଳ୍ପ ଶଯ୍ୟାର

କୋମଳ ଆଶ୍ଳେଷ ପରି

ପରିତୃପ୍ତି'ଟିଏ ?


କିଛି ଅର୍ଥ,

କିଛି ସ୍ୱାର୍ଥ ପରି

ମୋହ ମାୟା ଗ୍ରସ୍ତ ଜୀବନରେ

"ତୁମେ ମୋର"

ଏକ ଆତ୍ମଲୀନ ସମାଧୀରେ,

ବୋଧିଦ୍ରୁମ ଛାୟା ତଳେ,

ନିର୍ବାଣିକ ଆତ୍ମ ଜ୍ଞାନ'ଟିଏ,

ତେଲ ଲୁଣର ସଂସାରେ

ମୋକ୍ଷ'ପ୍ରାପ୍ତି ପଥେ ?


ଯଦିଓ

ମୋ ହାଡ଼ ମାଂସର ପୃଥିବୀରେ

ମୁଁ ଅଧିପତି,

ମୁଁ ଭୁଞିଲେ

ତୁମ ଉଦର ତୃପ୍ତି ଲଭେ ନାହିଁ,

ବିଦ୍ଧ ହେଲେ ତୀକ୍ଷ୍ଣ ଅସୀ

ମୋର ବୁକୁପରେ,

ଯନ୍ତ୍ରଣାରେ ଜର୍ଜରିତ

ତୁମେ ହୁଅ ନାହିଁ,

ତଥାପି

ତଥାପି ତୁମେ ମୋର,

ମୋ ଦେହର ଅପହଞ୍ଚ ଇଲାକା ମାନଙ୍କରେ,

ତୁମର ନିଭୃତ ଆଗମନ

ଏକାନ୍ତ କାମ୍ୟ ।


ଅଥଚ ,  

"ମୁଁ କାହାରି ନୁହେଁ"

ଏକ ଅନ୍ଧାରି ପୄଥିବୀର,

ଆତ୍ମ'ସ୍ୱାର୍ଥର ପାଶବ ଅଭିବ୍ୟକ୍ତି'ଟିଏ,

ଏକ ସଂଜ୍ଞାହୀନ ପୃଥିବୀର ପଥ ପ୍ରାନ୍ତେ,

ସଂପର୍କର ସଂଜ୍ଞାମାନେ ଧର୍ଷିତା,

ହୁଏତ ,

କାମନାର ବିନାଶ

ଇପ୍ସାର ଅବଲୁପ୍ତି କରଣ

ନିର୍ବାଣ" ନୁହେଁ,

ଏକ ସ୍ୱୟଂ ପ୍ରଭୁ ଆତ୍ମ ସ୍ୱାର୍ଥ

ଯୂପ'କାଷ୍ଟରେ ବଳିର୍ବଦ୍ଧ ମଣିଷ'ଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy