ନିରବ ଯନ୍ତ୍ରଣା
ନିରବ ଯନ୍ତ୍ରଣା
ତମେ ସେଠି ସାଗର ହୋଇ ରହିଥାଅ
ମୁଁ ଏଠି ପଡ଼ିଛି ମରୁଭୂମିରେ
ଅମାନିଆ ଜିଦ୍ ଖୋର ଏଇ ସମୟ
ସବୁଦିନେ ଦାଉ ସାଧେ ମୋ ଠାରେ ,
ଚୁପ୍ ହୋଇଣ ଘରେ ପଡି ରହିବା ହିଁ
ଏବେ ଯେମିତି ଏକ ମାତ୍ର ପନ୍ଥା,
ଭଲ ଲାଗୁ ନଲାଗୁ , ଜୀବନର ସାଥୀ,
ଯନ୍ତ୍ରଣା ଭରା ରୁକ୍ଷ ନିରବତା ,
ସୁଖ ଶାନ୍ତି ସବୁ କିଛି ଲୁଟିବା ପରେ
ବସିଛି ଆହୁରି ବି ଅପେକ୍ଷାରେ
ସଭ୍ୟତା ବଦଳାଇ ଦେବ କି କଅଣ
ନିରବତାର ନଜର ବନ୍ଦୀରେ ,
ଜଣା ନାହିଁ କେବେ ପୁଣି ଉଇଁବ ସତେ
ମନ ଆକାଶରେ ପ୍ରୀତି ସୂରୁଜ
ଆଉ ନିଶୁନ୍ ପୃଥିବୀର ଅଗଣାରେ
ଲାଗିବ ଖୁସିର ମେଳା ମଉଜ ,
ତଥାପି ତ ପ୍ରତୀକ୍ଷା କରିବାକୁ ହେବ,
ସମୟର ଏ ଦିଧାରୀ ବେଳାରେ
କିଛିଟା ତମେ ମୋତେ ମନେ ପକାଇବ
କିଛିଟା ମୁଁ ଝୁରିବି ନିରୋଳାରେ ,
