ନିଜର
ନିଜର
ନିଜର
କେହି ତ ନଥିଲେ ସେ କୁହୁଡ଼ି ସେପାଖେ ନିଜର
ବୋଲି ମୁଁ ଥିଲି ଆଉ ଥିଲା କିଛି ଏକୁଟିଆ ପଣ।
ଯାହା କାଟି ଖାଉଥିଲା ବାର୍ଦ୍ଧକ୍ୟ କୁ ବୟସର
ପରିଧି କୁ ନେଇ କିଛି ଚିନ୍ତା ଆଉ ଚେତନା।
ଚେଷ୍ଟା କରିଥିଲି ସବୁବେଳେ ଅମୃତମୟ
ହେଉ ଅନ୍ୟର ଜୀବନ ନିଜ କୁ କରି ହେୟଜ୍ଞାନ।
ହେଲେ ଭୁଲି ଯାଇଥିଲି କେହି ସାଥି ହୋଇ
ଚାଲନ୍ତି ନାହିଁ ଜୀବନ ର ଶେଷ ସମୟ ପ୍ରାଯନ୍ତ ।
ମାତ୍ର ଆଶା ମନେ ରଖିଥିଲି କିଛି ସ୍ୱାର୍ଥ
ଉଠେଇ ଥିବା ବ୍ୟକ୍ତି କାଳେ ଚାଲିବେ ସାଥି ହୋଇ
ସେହି ଅଜଣା ଗନ୍ତବ୍ୟ ପଥ ରେ ।
ହେଲେ କାହିଁ କେହି ବି ଦେଖା ଯାଉ ନ ଥିଲେ
ସେତେବେଳେ ସେହି ରାସ୍ତାରେ ଏକୁଟିଆ ଗଲାବେଳେ
ବାର୍ଦ୍ଧକ୍ୟଆଉ ରୋଗ ଛଡା ସମୟ ଥିଲା ଆଉ କିଛି
ଆଶା ଯାହା ସରିସରି ଆସୁଥିଲା ବୟସ ସଙ୍ଗେ।