ନିଜେ ମୁଁ ଅର୍ଜୁଛି ଦୁଃଖ
ନିଜେ ମୁଁ ଅର୍ଜୁଛି ଦୁଃଖ
ଯାହାର ଦୟାରେ ଏତେ ସୁଖ ପାଏ- ତା' କଥାକୁ ଭୁଲିଯାଏ,
ଯେଉଁନାମ ଶୁଣି ପାପ କ୍ଷୟହୁଏ- ସେ ନାମ ମନେ ନଥାଏ ।
ମୋ ଦେହର ପୀଡ଼ା ମନର ଦୁଃଖକୁ ହରଣ କରନ୍ତି ଯିଏ,
ପୀଡ଼ା ଛାଡ଼ିଗଲେ ଦୁଃଖ ଚାଲିଗଲେ ପଚାରେ ସେ ପୁଣି କିଏ ?
ବିପଦ ବେଳରେ ବିକଳେ ଡାକେ ମୁଁ ରକ୍ଷାକର ଜଗନ୍ନାଥ,
ସଂପଦ ଆସିଲେ ଗର୍ବରେ କହେ ମୁଁ ସବୁ କରିଛି ମୋ ହାତ ।
କଲମ ମିଳିଛି କାଗଜ ମିଳିଛି ମୋବାଇଲ କମ୍ପୁଟର,
ପାଠ ତ ପଢ଼ିଛି ଲେଖି ବି ଜାଣିଛି ଓଁ ଲେଖିବାକୁ ଡର ।
ତୁଣ୍ଡରେ ରହିଛି ମୁଣ୍ଡରେ ରହିଛି ଜିଭରେ ରହିଛି ଭାଷା,
ମିଛ କହିବାକୁ ସଦା ଆଗଭର ପୂରଣ ହୁଏନା ଆଶା ।
ଯାହାପାଇଁ ଆଜି ମଣିଷ ହେଇଛି ସୁଖରେ କାଟୁଛି ଦିନ,
କୃତଜ୍ଞତା ଛାଡ଼ ବାଃ ! କହିବାକୁ ହୁଏନାହିଁ କେବେ ମନ ।
ଅପେକ୍ଷା କରିଛି ଆସିଲେ ବିପଦ ଦୁଃଖ ଯନ୍ତ୍ରଣାର କାଳ,
ସେ ନାମକୁ ଘୋଷିହେବି କିଛିଦିନ ଥାଉ ବା ନଥାଉ ବେଳ ।
ମୋର ଦୋଷପାଇଁ ଦୋଷୀହେବେ ପ୍ରଭୁ ଅଭିଯୋଗ କରୁଥିବି,
ଈଷ୍ଟ ନାମନେଲେ ନଗଦ ମିଳେନା ବାକିରେ କାହିଁକି ନେବି ?