STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ନୀରବତା

ନୀରବତା

1 min
173

ମୁଁ ନୀରବ ନ ଥିଲି

କି ଆଜି ପରି ଶୁଷ୍କ ଆଉ ଥୁଣ୍ଟା ଵି ନ ଥିଲି

ମୁଁ ଅସହାୟ

ଆଉ ନିଃସହାୟ ଵି

ମୋ ନୀରବତାରେ

ଭରି ରହିଛି

ହଜାରେ ପ୍ରଶ୍ନ

ଉତ୍ତର ନ ପାଇବା ଯାଏ

ଅପେକ୍ଷା କରି ସେ ମୌନ ରହିବାଟା ଶ୍ରେୟସ୍କର ମନେକରେ

ପୁଣି ଅଛି ହକିଜୁକି ହୋଇ

ଅଚଳ ଇଲେକ୍ଟ୍ରିକ ଯନ୍ତ୍ର ପରି

ଲକ୍ଷେ ଅଭିମାନ

ଆଉ

ନିଜର, ଜୀବନଠୁ ଵି ଅତି ନିଜର, ହୃଦୟକୁ ହଜେଇ

ଖୋଜୁଛି ନିଜର ଅସ୍ତିତ୍ବ

ଯେବେ ସ୍ୱାଧୀନ ହେବ ମୋ ଅପାରଗ ନୀରବତା

ଡେଇଁଯିବ ସାତ ଦରିଆ ଆଉ ଦୁନିଆ ଯାକର ନଈ

ବନ୍ୟାରେ ଭାସିଯିବ

ମୋ ନିରୀହ ମନ

ଆଉ ତା ସାଥେ ଅନେକ ନିରୀହ ପ୍ରାଣ

ନୀରବତାର ଝଡ଼ରେ

ଶୂନ୍ୟ ହେବ କେତେ ଜୀବନ

ଛାରଖାର ହେବେ ପାପୀ ଆଉ ସ୍ୱାର୍ଥପର

ଧ୍ବଂସ ହେବେ ଅଵିଵେକୀ ଗଣ

ଜଳି ପୋଡ଼ି ପାଉଁଶ ହେବେ

ମୋ ନୀରବତାର ରାଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract