ନୀରବତା ସେ ବନ୍ଦିନୀ ର୍
ନୀରବତା ସେ ବନ୍ଦିନୀ ର୍
ବନ୍ଦିନୀର ନୀରବତା
ପ୍ରଛନ୍ନ ଅନ୍ଧକାର ମଧ୍ୟେ ଆଲୋକର ଆଶା
କେଉଁ ଅଜଣା କାରଣରୁ ବୁଢ଼ିଆଣି ଜାଲ ପରି
ବାନ୍ଧିଥିବା ବସା
କେହି ଜଣେ ଶିକାର କରିନେଇଛି ତାକୁ
ଆସି ପାରୁନି କି ଆଲୋକର ଝଲକ ନେଇପାରୁନି ।
କେହି ଥାଉ ବା ନ ଥାଉ ତା ସାଥେରହିଛି ନୀରବତା
ଦିନ ଦିନ ଧରି ବର୍ଷ ବର୍ଷ ଧରି
ସିକୁଳିର ଚରମ ଆକର୍ଷଣରେ ବନ୍ଦୀ ହୋଇରହିଛି
ଖରା ବର୍ଷାରୁରକ୍ଷା ପାଇଁ ଟିକିଏ ଆଶ୍ରା ଚାହିଁରହିଛି ।
ଆଖିରୁ ନିଦ ହଜି ଗଲାଣି
ନିଜ ଲୁହ ଓଠ ପିଇ ଶୁଖି ଗଲାଣି
କାଳେ କେହି ଆସିଲେ ଅବା ଅଧା ଦୁଃଖ
ନିଜ କଳିଜାରୁ କାଢି ନିଅନ୍ତା ।
ଚାହିଁ ବସିଛି ଅପେକ୍ଷା କରିଛି ସେମିତି
ଦିନ ଦିନ ଧରି ବର୍ଷ ବର୍ଷ ଧରି
କାଳେ କେହି ହେଲେ ଆସନ୍ତା
ଆଖି ତଳ କଳା ଓଠ ତଳ କଳା ।
ଦେହ ସାରା କଳା କେବଳ ହାତ ଓ ଗୋଡ ତଳି ଛାଡି
ଏବେ ଯାଏ ବାନ୍ଧି ହୋଇରହିଛି
ସେଇ ନୀରବତା ସହ ବିକଳତାରରଡି
ମନରେ ଏବେ ବି ଟାଣ ଅଛି ।
ହାତ ଯାଉ ଖଣ୍ଡିଆ ହେଇ ଯାଉ
ସିକୁଳିକୁ ଟାଣି ଚାଲିଛି ଟାଣିଚାଲିଛି
ତାହା ଛିଡି ଯିବକି ଆଉ
ଦିନ ଦିନ ଧରି ବର୍ଷ ବର୍ଷ ଧରି ସେମିତି
ସେମିତି ପ୍ରାର୍ଥନା କରି ଚାଲିଛି
ପାଖରେ ଥିବା ମାଳା ଗଡେଇ ଚାଲିଛି ।
ସାଥି ନୁହେଁ ତ ଭଗବାନ ହେଲେ କୋଳେଇ ନିଅନ୍ତେ
ଶତ୍ରୁ ନୁହେଁ କେଉଁ ଆପଣା ତ ଏ ଦଶାରୁ ଛଡେଇ ନିଅନ୍ତେ
ଗଛ ମୂଳେ ବସି ମୃତ୍ୟୁର ଆଲିଙ୍ଗନକୁ ଅପେକ୍ଷା କରି ବସିଛି
ଯେମିତି ତା ଠୁ ଭଲ ବନ୍ଦୀର ଅନୁଭବି ଜାଣି ନାହାନ୍ତି
ସେମିତି ଦିନ ଦିନ ଧରି ବର୍ଷ ବର୍ଷ ଧରି ।