STORYMIRROR

Rajashree Acharya

Romance

3  

Rajashree Acharya

Romance

ବର୍ଷା କହିଥିଲା ସ୍ୱପ୍ନରେ

ବର୍ଷା କହିଥିଲା ସ୍ୱପ୍ନରେ

1 min
371

ବର୍ଷା କହିଥିଲା ମନରେ 

ମୋର ତ ମନେଅଛି, ତୁମେ ଭୁଲିନ ତ

ମେଘର ତଡକ ଆବାଜ ଦେହ ଥରାଇ ଦେଇଥିଲା 

ମୁ ଭୁଲିନି, ତୁମେ ମନେ ରଖିଚ ତ

ଶୂନ୍ୟ ଆକାଶ ରୁ ହଠାତ ଏତେ ବର୍ଷା ର ଫୁଆରା

ଜଳମୟ ହୋଇଥିଲା ସାରା ସହର

ମୋ ସ୍ମୃତିରେ ଏବେ ରହିଛି

ତୁମକୁ ଖିଆଲରେ ରଖିଛି

ତୁମେ କେମିତି ଭୁଲିପାରିଲ ସେ ରାତି

ତୁମେ କେମିତି ହଜେଇପାରିଲ ସେ ଅନୁଭୂତି

ଏଇ ଅଗଣା ରେ ଆମେ ବସି କଥା ଦେଇଥିଲେ

ଉଭୟଙ୍କୁ, ଭୁଲିବା ନାହିଁ ଏ ରାତିକୁ

ଭୁଲିପାରିବା ନାହିଁ ନିଜର ସାଥିକୁ

ଏ ବର୍ଷା ସାକ୍ଷୀ ରହିଥିଲା, ଆଉ ଏ ଅଶ୍ରୁବି

ବାଲ୍ୟକାଳ ପ୍ରେମ କୁ ନ ଭୁଲିଯିବାକୁ ପ୍ରତିଶ୍ରୁତି ବି

କେମିତି କରିପାରିଲ ଅଣଦେଖା, କେମିତି କରିପାରିଲ

ମୋତେ ଅଚିହ୍ନା,

ମୁଁ କେବେ ଭୁଲିନି,

ହେଇପାରେ ତୁମ ଚେହେରା ମନେ ନଥିବ

କିନ୍ତୁ ତୁମେ କେମିତି

କଥା ଥିଲା,

କଥା ଦେଇଥିଲ କେବେ ଭୁଲି ବା ନାହିଁ

କିନ୍ତୁ, ତୁମେ....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance