ମୁଁ ଯେ ସେଇ
ମୁଁ ଯେ ସେଇ
ସେଇ ପ୍ରିୟତମା
କ୍ଷଣ କ୍ଷଣ ଏ ସମୟ କହେ ଆଜି ଲୁହ ଭରେ,
ହୃଦୟେ ଯେ ହୁଏ ଭାରି ତିଳ ତିଳ ହୋଇ ଦୀପ ଯେ ସରେ ।
ଯିଏ ଅପେକ୍ଷା ର୍ ମାଳା ଗୁଂଥେ ନିଇତି,
ଯିଏ ତୁମ ଦେଇଥିବା ଦୁଃଖକୁ ମନ ଭିତରେ ରଖେ ସାଇତି।
ତୁମ ଗୋଲାପ ର ବାସ୍ନା ଏବେ ବି ରହିଛି ସତେଜ'
ହେଲେ ଅସଜଡା ତୁମ ବିନା ଜହ୍ନ ଭିଜା ରାତି ମହକୁ ଥିବା ଶେଜ ।
କାଳ ରାତ୍ରି ର କାଳୀମା କଲଙ୍କରେ କଳୁଷିତ ତୁମ ପ୍ରେୟସୀ,
କି ଲାଭ ପାଉଛ ଏତେ କଷ୍ଟ ଦେଇ ଦଳିଦେଇ ମୋ ଖୁସି ।
ମୋ ଆଖିରେ ଅସରାଏ ଲୁହ ପସରା ମେଲି ବସିଛି
ସୁଖ କ'ଣ ଭୁଲି ଗଲାଣି ଦୁଃଖକୁ ସାଥି କରି ଅଛି ।
ଚର୍ମ ଶିଥିଳ ମର୍ମ ବିହ୍ଵଳ , ଧୂସର ହେଲାଣି ଦୃଷ୍ଟି
ତୁମ ଶୁଭଦୃଷ୍ଟି ରେ ଭିଜିବାକୁ ଚାହେଁ ହେବ କେବେ ଏ ଦୟା ବୃଷ୍ଟି ।
ମାୟା ମରୀଚିକାର ଅଖୋଜା ଅଲୋଡ଼ା ଯାତ୍ରୀ ଟିଏ ମୁହିଁ '
ନଥିବେ ଏଡ଼େ ଅଭାଗିନୀ ଯେ ମୋ ପରି କେଜାଣି କେହି ।
ଏଠାରେ କରୁଛି ଇତି
ତୁମ ବିନା ସତେ ମୋ ନାହିଁ କେହି ଅନ୍ୟ ଗତି।