STORYMIRROR

Rajashree Acharya

Romance Tragedy Fantasy

3  

Rajashree Acharya

Romance Tragedy Fantasy

କିଏ ଆସିବ

କିଏ ଆସିବ

1 min
394

କିଏ ଏ ବନ୍ଦ କବାଟ କୁ ଠେଲି ଆସିବ

ଏ ଅନ୍ଧାର ର ଦୁନିଆ କୁ କିଏ ପସନ୍ଦ କରିବ

ରାତିର ଅମାବାସ୍ୟାର କାଳୀମାକୁ କିଏ 

ଅଗଣାର ଚାନ୍ଦିନୀ ପରି ସଜେଇବ

ଆଖିର ଲୁହକୁ ପୋଛିବାକୁ

ଛାତିର କୋହକୁ କିଏ ବୁଝେଇବ

ଭଲ ପାଇ ଧୋକା ଦେବାକୁ ସଭିଏ ଅଛନ୍ତି

ଧୋକା ପାଇଥିବା କୁ ଭଲ ପାଇବାକୁ କିଏ ଅଛି

ସରି ଥିବା ପେନ ରିଫିଲ ର ଅଳ୍ପ କାଳୀ ରେ ବି କାଗଜ 

କଳଙ୍କ ରେ ବୋଳିଯାଏ

ସେ କଳଙ୍କ କୁ କିଏ ଧୋଇବାକୁ କିଏ ଆସିବ

ବଦଳୁ ଥିବା ଏଣ୍ଡୁଅ ର ରଙ୍ଗ ପରି ଦୁନିଆରେ କିଏ ଅଛି 

ସତେ ନିଜର ବୋଲି କହିବାକୁ

ପ୍ରଶ୍ନ ବାଛି ମନରେ ଉତ୍ତର ର ସନ୍ତୁଷ୍ଟି ହେବାକୁ କିଏ ଆସିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance