STORYMIRROR

Rajashree Acharya

Romance Tragedy

3  

Rajashree Acharya

Romance Tragedy

ଅତି ନିଜର ଯେବେ ଯାଏ ଦୁରେଇ

ଅତି ନିଜର ଯେବେ ଯାଏ ଦୁରେଇ

1 min
277


ହଜିଯିବା ଆଗରୁ କିଛି ମୁହୂର୍ତ୍ତ ରଖିନିଅ ସାଇତି


ଲୁଚି ଯିବା ଆଗରୁ ଯୋଡିଦିଅ ଏ ବିରହ ବିରତି


କଣ୍ଠ ହୁଏ ରୁଦ୍ଧ, ସମୟ ଯାଏ ବିରୁଦ୍ଧ


ଘଡି ଘଡିରେ ଖୋଯିବ ତୁମ ଚେହେରା 


କାଳେ ତୁମ ଦର୍ଶନ ବିନା ଯେପରି ଚକ୍ଷୁ ନହୁଏ ଅନ୍ଧ

ଭାରି ଡର ଲାଗେ 

ତୁମର ସ୍ୱପ୍ନକୁ ବାସ୍ତବରେ ଦେଖି ହୁଏ ମୁଁ ଯେ ଭୟଭୀତ


ମସ୍ତିଷ୍କ ଏ ବିଡ଼ମ୍ବନାର ଗଭୀର ଦୁଃଖରେ ଆଶଙ୍କିତ


ନ ଚାହେଁ ତୁମଠୁ ହେବାକୁ ବିଯୁକ୍ତ


ଏ ଘନ ଗହନ ପହେଲିର ସମାଧାନ ହେଇ ଯାଆନ୍ତା କି


ମୋ ଦୁନିଆ ତୁମେ,ଆଶା ତୁମେ ଓ ଭରସା ବି


ଡାଏରିରେ ସାଇତା ଶୁଖିଲା ଗୋଲାପ ଫୁଲ ଆଜି


ତୁମକୁ ହାତ ସ୍ପର୍ଶକୁ ଅତି ବିକଳ ଭାବେ ଖୋଜେ


କାଲି ଆସିଥିଲ ରାତିରେ ସ୍ବପ୍ନର ଗଙ୍ଗଶିଉଳି ପରି


ଚାଲିଯାଉଚ ଆଜି ଦିନରେ ଏମିତି ଦୈନ୍ୟ ଦୁଵିଧାରେ ଛାଡି


ଜାଣିଛ ମୁଁ କିଛି ସମୟ କୁ ତୋଳି ଆଣିଛି


ମୋ ପ୍ରାଣପ୍ରିୟ ରଙ୍ଗୀନ ତୁଳିରେ


ଆଉ ଆଉ କିଛି ଚିତ୍ରକୁ ସାଇତି ରଖିଛି


ମୋ ଚିତ୍ର ଚରିତ୍ରରେ ଅଭିଧାନରେ


ମନେ ଅଛି ସେ ଦିନର କିଛି ଉଷୁମ ଚା ଓ ଦୁଇ ଖଣ୍ଡ ବିସ୍କୁଟ


କଡ଼କା,ତା ସହ କିଛି ଥଣ୍ଡା ହାୱାର ମନଖୋଲା ଆକାଶ 

ରୂପଭୋଗ


ହୃଦୟର ଏବେ ବି ମନେ ଅଛି


ମୋ ଏଇ ଚିର ସ୍ମରଣୀୟ ମୋ ସମୟ ଭାରି ନିଜର ଲାଗେ


ଠିକ ଆଉ ଅଧଘଣ୍ଟାର ପର ସ୍ଥିତିକୁ ଖାଲି ଡର ଲାଗେ


ସତ କହୁଛି ଏଇଠି ସମୟ ଅଟକି ଯାଆନ୍ତା କି


ଅଥବା ମୋ ହୃଦସ୍ପନ୍ଦନ ଅଟକି ବି ଯାଆନ୍ତା


ଇଚ୍ଛା ହୁଏ ଏମିତି ଯଦି ଏମିତି ହୁଅନ୍ତା


କେତେ ସୁନ୍ଦର ଥିଲା ସେ ମୁହୂର୍ତ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance