STORYMIRROR

Rajashree Acharya

Tragedy

3  

Rajashree Acharya

Tragedy

ତୃଷ୍ଣା

ତୃଷ୍ଣା

1 min
346

ଫ୍ୟାନରେ ଲଟକୁଥିବା ଇଚ୍ଛାଗୁଡିକ

ଷ୍ଟୁଲ ପକେଇ ନିଜ ସ୍ତୁପରେ

ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ବ୍ୟଗ୍ର ହେଲେଣି

ଅଥଚ ଏ ମାୟା ମୋହର ସଂସାର 

ଦାବି କରେ ଜିଦ ବି କରେ

ନା !ସେଗୁଡିକ ସେମିତି

ମରୀଚିକା ପଛରେ ଘୁରୁଥିବେ

ଅତୃପ୍ତ ଆତ୍ମାଟିଏ ପରି।


ସେମାନେ ତର୍ପଣର ଅପେକ୍ଷାରେ

ସେମାନେ ମୋକ୍ଷର ରାସ୍ତାରେ ଯାଉଥିଲେ ବି

ବାଟରେ ଚକା ପକେଇ ବସିଛି ଅହଂକାର

ବୋଧହୁଏ ଯେତେ ଡାକିଲେ ବି 

ହଲିବ ନାହିଁ ଯେତେ ଗଡେଇଲେ ଦୋହଲିବ ନାହିଁ।

ଆଜି ଏ ସମାଧିରେ ବସିଛି।


କିଛି ଅବ୍ୟକ୍ତରେ କିଛି ବ୍ୟକ୍ତରେ

କିଛି ଜୀବନ୍ତ ତ କିଛି ସହିଦ ବି ହେଲେଣି

ଅଥଚ ସେ ଭାବନା ଚାହିଁଲେ ବି

ଗୋଲରେ ପହଞ୍ଚିପାରେନା

ସେ ସେମିତି ଚାରିପାଖେ ଘୁରିବୁଲେ ସିନା।


କହିବାରେ ଅତ୍ୟୁକ୍ତି ନାହିଁ

ଯେ ହୃଦର ଚିତ୍କାର 

କେହି ଶୁଣିବେ ନାହିଁ ଶୁଣିବେ ନାହିଁ ଟି

ଏହାର ଗୁହାରି ନିଜେ ହିଁ ଜାଣେ

ନିଜେ ହିଁ ଶୁଣି ନିଜେ ଚୁପ ରୁହେ

କିଛି କରିପାରେ ନାହିଁ।


ଆଜି କେବଳ ଚିତ୍କାର କରିପାରେ

ମୋତେ ପାଣି ରୂପୀ ମୋକ୍ଷ ଦିଅ

ବନ୍ଦୀର କଷ୍ଟରୁ ମୋତେ ଆଜାଦ କର

ମୋତେ ଶାନ୍ତିରେ ସହିଦ ହେବାକୁ ଦିଅ

ଶବ୍ଦ ବି ଠକି ଠକି ଥକି ପଡିଲେଣି

ଟିକେ ଉଶ୍ୱାସ ତ ମିଳୁ

ଏ ମରୀଚିକାର ମାୟାଜାଲରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy