STORYMIRROR

Rajashree Acharya

Others

4  

Rajashree Acharya

Others

ହଜିଗଲା

ହଜିଗଲା

1 min
617

ଜଣା ନାହିଁ କିଏ କେଉଁଠି କେତେ କେବେ ହଜିଲା

ବହୁତ ହଜିଛନ୍ତି କିନ୍ତୁ ଖୋଜିବା ପାଇଁ ପ୍ରୟାସ ହଜିନି

ସେ ବାଲ୍ୟର ଚପଲତା ଆଜି ଯୌବନର ମାଦକତା ରେ

ଲୁଚି ଯାଇ ଉଙ୍କି ମାରୁଛି ।

ଯୌବନର ସ୍ବପ୍ନ ସବୁ ପୂର୍ଣ୍ଣ ହେବାର ଆଶାରେ ବାର୍ଦ୍ଧକ୍ୟର 

ଚାବୁକ ମାଡ଼ ଟିକିଏ ରୋକି ଯାଇଛି।

ଆଉ କେତେ ସହିବ କେତେ ଖୋଜିବ ...

କେତେ ନିଜକୁ ହଜେଇବ କେହି ଉତ୍ତର ଦିଅ।

ସମୟ ପ୍ରତିକ୍ଷଣ ଆଲର୍ମ ରେ ବୟସର ନିକିତି ତୌଲା ଯାଉଛି।

ଆଉ କେତେ ନିଜ ଉଡୁଥିବା ମନ କୁ ଧରି ରଖିବ।

କେତେ ଗାଇବ ସେ ପୁରାଣ ସ୍ୱରଚିତ ଗର୍ବର ଇତିହାସ

ଏ ସମୟ ହେଇପାରେ ସବୁଠୁ ଶ୍ରେଷ୍ଠ କିନ୍ତୁ ଅତୀତ କେତେ ସୁନ୍ଦର ଥିଲା।

ହେଇପାରେ ପାଖରେ ଥିବା ଭାବନା 

ଓ 

ଦୂରରେ ହଜିଯାଇଥିବା ସମୟକୁ କେହି ସାଇତି ପାରିବେନି 

କିନ୍ତୁ ସେମାନେ ତ ସବୁ ନିଜର।

ଶବ୍ଦର ଭଣ୍ଡାର ଆଜି ଶୂନ୍ୟ ହେଲେ କଣ ହେଲା  

ଭାବନା ଏବେ ବି ହଜିନି।

ମୁହୂର୍ତ୍ତ ବି କେତେ ନିଷ୍ଠୁର... 

ଏଇ ଅଛି ପର କ୍ଷଣରେ କାଇଁ କେଉଁଠି କୁହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍