STORYMIRROR

Rajashree Acharya

Romance Tragedy

3  

Rajashree Acharya

Romance Tragedy

ତୁମକୁ ହଜେଇବା ଓ ପାଇବାର ଅନ୍ତର

ତୁମକୁ ହଜେଇବା ଓ ପାଇବାର ଅନ୍ତର

1 min
259


ହଜେଇଥିଲି ତୁମକୁ ସେଦିନ ପାଇଥିଲି ଆଜି

ମଉଳି ପଡ଼ିଥିଲି ସେଦିନ ଠୁ ଜୀଇଁଉଠିଲି ଫୁଲଟି ସାଜି ।

ଶୂନ୍ୟ ଆକାଶରେ ଲେଖିଥିଲି ତୋର ମୋର ନାମ

ହଜେଇଦେଲି ବୋଲି ଦୁଃଖରେ ହରେଇଦେଲି ସଂଯମ ।

ସେଦିନ ଏଇକ୍ଷଣି ଥିଲ, ପର କ୍ଷଣି ହେଲ ଅଦୃଶ୍ୟ

କିପରି ବର୍ଣିବି ସେ ଅନୁଭୂତି ଯେବେ ତୁମେ ହେଲ ଆବିର୍ଭୁତ।

ହୃଦୟର ପ୍ରତ୍ୟେକଟି ଧମନୀ ରେ ଶୁଭୁଥିଲା ଧକଧକ ସ୍ୱର

ସେଦିନ ବି ଆଜି ବି ଆଖିରେ ନଥିଲା ନିଦ ଶାନ୍ତି ନଥିଲା ମନର ।

କି ବୋଲି କହିବି ତୁମକୁ କେମିତି ଶୁଣେଇବି ବ୍ୟଥା

ଲୁହର ନଦୀ ରେ ଭାସି ଯାଇଥିଲି, ଯଦି ଲାଗେ ତୁମକୁ ମିଥ୍ୟା ।

ଲାଗିଥିଲା ହଜେଇଦେଲି ମୋ ଜୀବନ ର ସବୁ ସୁଖ

ପାଇଗଲି ଯେବେ ହଜେଇ ଦେଲି ସତେ ସବୁ ଦୁଃଖ ।

ଅପେକ୍ଷାର ଅନ୍ତରେ ଧୈର୍ଯ୍ୟର ସିଦ୍ଧାନ୍ତରେ ଛାଡି ଯାଇଥିଲ

ପରୀକ୍ଷା ର ଉତ୍ତୀର୍ଣ୍ଣ ହେଲି ମୁଁ ଯେବେ ତୁମେ ଆସି କୋଳେଇ ନେଇଥିଲ ।

ଭଲ ପାଇ ତୁମେ ଭାବିଥିଲ ଭୁଲ କରିଥିଲ

କିନ୍ତୁ ମୋର ଗୋଟିଏ ଭୁଲ ପାଇଁ ମୁଁ ତୁମକୁ ବେସି ଭଲପାଇ ବସିଥିଲି ।

ତୁମେ ଉନ୍ନତି ରେ ମୁଁ ବାଧା ବୋଧେ ଥିଲି

କିନ୍ତୁ ସବୁରାତିରେ ତୁମ ପାଇଁ ମାଗୁଣି ମାଗିଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance