ନୀରବ ଝଡ଼
ନୀରବ ଝଡ଼
ଭାବପୂର୍ଣ୍ଣ ଏହି ସଂସାର ଭିତରେ ଜୀବନ ହୁଏ ସରସ
ଭାବର ଅଭାବେ ଅସହାୟ ମନ ହୋଇଯାଏ ନୀରସ।
ମଣିଷ ସ୍ୱଭାବେ ସମୟାନୁୁୁୁୁୁକ୍ରମେ ହୁଅଇ ପରିବର୍ତ୍ତନ
ଧନର ଅଭାବ କରିଦିଏ ତା'କୁୁୁୁୁୁୁ ହୋଇଯାଏ ଦୀନହୀନ।
ଲଙ୍ଗଳା ହୋଇ କି ଆସିଥିିଲା ଦିନେ କୁଆଁ କୁଆଁ ରାବ ଡାକି
ପାର୍ଥିବ ଜଗତ ବାନ୍ଧି ନେଲା ଆଜି ମାୟା ବନ୍ଧନକୁ ଡାକି।
ଜୀବନଟା ଏଠି ପାହାଚ ପାହାଚ ଅଟେ ଯନ୍ତ୍ରଣା ଦାୟକ
ସ୍ନେହ ପ୍ରେମ ଶ୍ରଦ୍ଧା ଅଟଇ ଦୁର୍ଲଭ ନୁହେଁ କେହି ନିଜ ଲୋକ।
ନିଃସହାୟ ଆଜି ମଣିଷ ଜୀବନ ମାଡ଼ି ଆସେ କେତେ ଝଡ଼
ସହିବାକୁ ହେବ ସବୁ ଝଡ଼ ଝଞ୍ଜା ମନକୁ କରିଣ ଦ୍ଢଢ ।
ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି
ନୀରବ ଝଡ଼ କୁ ସହି ପାରିବାନି କାହିଁକି ମଣିଷ ଭାଇ ?