STORYMIRROR

Priyabrata Mohanty

Tragedy

3  

Priyabrata Mohanty

Tragedy

ନୀରବ ଝଡ଼

ନୀରବ ଝଡ଼

1 min
340

କାହିଁକି କେଜାଣି     ପ୍ରିୟା ମୋର ଆଜି

        ବସିଛି ଭାରି ଶାନ୍ତ,

ଯେତେ ପଚାରିଲେ     କହୁନାହିଁ କିଛି

        ଲାଗୁଛି ଭାରାକ୍ରାନ୍ତ ।।


ମଉଳି ଯାଇଛି     ତାର ସଜ ମୁଖ

        ଯେମିତି ରବି ଅସ୍ତ,

ମୁକୁଳା ହୋଇଛି    ତାର ଘନ କେଶ

        କାହିଁକି ବ୍ୟତିବ୍ୟସ୍ତ ।।


ଆଖିକୁ ଦେଖିଲି     ନିରିଖେଇ ଯେବେ

        ଜାଣିଲି ତାର କଷ୍ଟ,

ଦୁଃଖ ଯାତନାକୁ     ଲୁଚାଇଛି ମନେ

        ଦେଖା ଯାଉଛି ସ୍ପଷ୍ଟ ।।


ଫୁଟିବା ଆଗରୁ     ମାରିବାକୁ ଚାହେଁ

        ମନ ମଧ୍ୟର ମାଡ଼,

ମନରେ ରହିଛି     ଅସୀମ ବେଦନା

        ହୋଇ ନୀରବ ଝଡ଼ ।।


କୋଳରେ ଆଉଜି     ମୁଣ୍ଡକୁ ଆଉଁସି

        ପକାଇ ଦେଲି ରାଣ,

ଗୋଟି ଗୋଟି     କରି କହିଲା ସେ ଖୋଲି

        ମନେ କାହିଁକି ରଣ ।।


ଆପଣାର ଲୋକ     ଯେବେ ଦେବେ ଦୁଃଖ

        କିପରି ସହି ହେବ,

ଅଜାଗାର ବଥ     ଦେଖାଇ ହୁଏନା

        କହିଲେ ବି କି ଲାଭ ।।


ଯେତେ କଷ୍ଟ ହେଉ     ସହିଯିବି ସବୁ

        ଛାଡିବନି ମୋ ହାତ,

ନୀରବ ରହିଲେ     ସମୟ ବିତିଲେ

        ଝଡ଼ ହୋଇବ ଶାନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy