STORYMIRROR

Debabrata Mishra

Abstract Inspirational Thriller

4  

Debabrata Mishra

Abstract Inspirational Thriller

ନୀରବ ଚିତ୍କାରକ

ନୀରବ ଚିତ୍କାରକ

1 min
228


ନିଜ ଭିତରେ ମଶାଣୀ ଦେଖୁଛି

ଶୁଣୁଛି ନିଶାର ଛାତିଥରା ଗର୍ଜନ ସ୍ୱର

ଦେଖୁଛି ଜଳୁଛି ହୁତୁହୁତୁ ହୋଇ କେତେ ମନ

ଇଛା ଗୁଡ଼ିକ ପାଉଁଶ ହେଲା ପରେ ପରେ

ବିବେକ କି ହସିପାରୁଛି ଏକାକୀ !! 


କାନ୍ଦୁଛି ବିବେକ ଲୁହ ଚାପି ରଖି

ମନ ବଞ୍ଚିଥିଲେ ଟିକେ ଲୁହ ପୋଛିଥାନ୍ତା କି

କହିଥାନ୍ତା ଭାଇରେ ତୋତେ କେହି ବୁଝିବେନି

ବିବେକ ହିଁ ଝୁରୁଛି ସେ ମନଟାକୁ

ଦେହ ଭିତର ଜୁଇରେ ମନର ପାଉଁଶକୁ ଧରି। 


ସେ ମଣିଷଟା.. ପ୍ରଚଣ୍ଡ ଶବ୍ଦ କରି

କରୁଛି ବିକଟାଳ ମର୍ମଭେଦୀ ଚିତ୍କାର

ମନଟା ତ ଛାଡ଼ି ଚାଲିଯାଇଛି କିଏ ଶୁଣିବ ଆଉ

ବିବେକର ଏହି ବୁକୁଫଟା ଆର୍ତ୍ତନାଦ

ବାହାରେ ତ ସବୁ ସାଧାରଣ ଶାନ୍ତ ପ୍ରକୃତି ଜୀବନ। 


ନିଜ ଭିତରେ ମହା ସମୁଦ୍ର ଦେଖିଛି 

ଦୌଡ଼ିଯାଉଛି ସେଠାକୁ କରିବ ସେ ଆତ୍ମଦାହ

ଡ଼େଇଁପଡ଼ୁଛି ହଠାତ୍ କିନ୍ତୁ ଏ କ'ଣ..? 

ସେ ତ ସମ୍ପୂର୍ଣ୍ଣ ଶୁଖିଲା ହୃଦୟଟା 

ବର୍ତ୍ତମାନ ତ ସେ ସହର ଛକରେ ଅଛି।


ଦେଖୁଛି କେବେକେବେ ମନ୍ଦିରର ରୂପ

ଦେବତା ବିବେକ ସାଜିଛି ହେଲେ

ମନ ପୁଣି ବଞ୍ଚିଉଠିଛି ସତେ 

ରାକ୍ଷସ ନିଜକୁ ସଜାଇ ବାରବାର 

ଈଶ୍ବରଙ୍କ ଆସ୍ଥାନେ ନିଜକୁ ଦେଖୁଛି, ଆଶ୍ଚର୍ଯ୍ୟ...! 

ବିଶାଳ ଖଡ଼ଗରେ ବିବେକର କରିଛି ହତ୍ଯା। 


ହସୁଛି ହସୁଛି ସତେ ଦେବଗଣଙ୍କୁ ପରାସ୍ତ କରିଛି

ହସ ବନ୍ଦ ହେଲାପରେ.. 

ଶାନ୍ତ ଶାନ୍ତ.. କାନ୍ଦୁଛି କରୁଣ ଶବ୍ଦ କରି

କୋଉଠି ମୁଁ.. ନିଜ ବକ୍ଷରେ ଭେଦ କରିଛି

ସେହି ରକ୍ତ ଜୁଡୁବୁଡ଼ୁ ତରବାରୀ 

ଚିତ୍କାର ଓଃ... ଓଃ.. କ'ଣ କଲି

ଆଖି ଖୋଲୁଛି ପୁଣି ନିଜକୁ ପାଉଛି

ନିଜ କୋଠରୀର ଖଟ ଉପରେ

ହେ ଭଗବାନ ଭୟଙ୍କର ଏ ଭିତର ଦୁନିଆ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract