ନୀଳପକ୍ଷୀ
ନୀଳପକ୍ଷୀ
କିଏ ଚିତ୍ରକର, କିଏ ସେ ବିନ୍ଦାଣୀ
ଆଙ୍କିଚି ଆକାଶୁ ସମୁଦ୍ରତଟ୍ଟ,
ତା ମଧ୍ୟେ କାନନ ପର୍ବତର ମାଳ-
ଧୀର ଧରଣୀର ଚାରୁଚିତ୍ରପଟ୍ଟ।
ଝରି ଝରୁଥିଲା ଝରଣା
ବେନି ପାଦ ଯୁଗଳ ଧୋଇ,
ଆକାଶୁ ବରଷା ଝରାଏ
ଫୁଲ, ଫୁଲେ ବନ୍ଦାଇ।
ଇନ୍ଦ୍ରଧନୂ ଛତା ଟାଣିଛି
ସତେ ଗୀରୀ ମସ୍ତକେ,
ତା ମଧ୍ୟେ ଯୁଗଳ ମୂରତୀ
ଆହାଃ କି ମନ ଆକର୍ଷେ।
ଅର୍ଦ୍ଧ ମୂର୍ଦ୍ଦିତ ସେ ଶଙ୍କର
ସୃଷ୍ଟି ସ୍ରଷ୍ଟା ରଚିତା,
ପ୍ରକୃତ୍ତି ସ୍ବରୂପା ଉମା
ସୁନ୍ଦର ସୂଷ୍ଟି ପାଳିତା।
ଆମୋଦ ରଂଗରେ ଦେଖନ୍ତି
ସୂର୍ଯ୍ୟ ଉଏଁ ପ୍ରଭାତ,
ଜଳ ରାଣୀ ପିନ୍ଧି ମଥାରେ
ନାଲୀ ସିନ୍ଦୁର ନତ।
ଉଚ୍ଚା ଉଚ୍ଚା ଉର୍ମି
ଭାଙ୍ଗଇ ସେ ପାହାଡ ତଳ,
ଆହାଃ କି ଝୁଲନ୍ତି ଧୀର
ଝୁଲାରେ ଯୁଗଳ ଦୋଳାୟମାନ।
ଧୀର ମୃଦୁ ବା ଆହୁଲେ
ଦିଏ ଶାନ୍ତର ନାଦ,
ନୀଳ ଗଗନରୁ ନୀଳପକ୍ଷୀ ଗଣ
ଉଡନ୍ତି ସତେ କି ଆନନ୍ଦ।
ଜୀବନ ମହତ୍ବ ଉପଲବ୍-ଧ ସତ
ଲେଖନ୍ତି ସଂସାର ନୀୟମ ପତ୍ର,
ପତି ପତ୍ନୀ ଏକନାମ ମହତ
ଏକ ଆତ୍ମା ପୁଣି ଶକ୍ତି ସାମର୍ଥ।