ନୀଳକଇଁର ହସ
ନୀଳକଇଁର ହସ
ଶତ ଯନ୍ତ୍ରଣାର ତନ୍ଦ୍ରାହୀନ ରାତି
ସପନ ଆକାଶେ ଜହ୍ନ
ସବୁଜ କ୍ଷେତର ସବୁଜିମା ତୁମେ
ଛଳନା ବିହୀନ ମନ I
ବାଦଲ ଉହାଡୁ ଉଙ୍କି ମାରୁଥିବା
ତୁମେ ଜ୍ୟୋତ୍ସ୍ନା ସରୁଗାର
ଅନନ୍ତ ଅସୀମ ପ୍ରୀତିର ସାଗର
କା ଆଖିର ଲୁହଧାର I
ଶରତର ତୁମେ ଖୁସିର ଲହରୀ
କାଶତଣ୍ଡି ପକ୍ୱ କେଶ
ସ୍ୱଚ୍ଛ ପୁଷ୍କରିଣୀ ଗଭିର ଜଳରେ
ତୁମେ ନୀଳକଇଁ ହସ I
ଝରା ଶେଫାଳୀର କରୁଣ କାହାଣୀ
ଭୋଦୁଅର ଟାଣ ଖରା
ତୁମେ ପାର୍ବଣର ଖୁସିର ସମ୍ଭାର
ପ୍ରାଣମୟୀ ପ୍ରୀତିକ୍ଷରା I