STORYMIRROR

Panchanan Jena

Tragedy

3  

Panchanan Jena

Tragedy

ନୀଳବର୍ଣ୍ଣ ଶୃଗାଳ

ନୀଳବର୍ଣ୍ଣ ଶୃଗାଳ

1 min
5

କବିତା - ନୀଳବର୍ଣ୍ଣ ଶୃଗାଳ
ରଚନା - ପଞ୍ଚାନନ ଜେନା
 ତାରିଖ -୨୫-୦୮-୨୦୨୫
 ++++++++++++++++
 ଦେବଶିଶୁ ମଣିଷକୁ ଖୋଜି ବୁଲୁଛି
ନିଜ ଭିତରେ
 ମନୁପୁତ୍ର ମାନବକୁ ଅଣ୍ଡାଳି ମନ୍ଥୁଛି
ନିଜ ଆତ୍ମାରେ
ମହାମାନବ ମନୁଷ୍ୟକୁ ଗଣୁଛି ଛାଣୁଛି
ଜନତନ୍ତ୍ର ଗଣତନ୍ତ୍ର ବସ୍ତିରେ

 ଲାଗୁଛି
 ହଜି ଯାଇଛି
 ସରଳ ତରଳ ସାବଲୀଳ 
 ଗୁଣମୁଗ୍ଧ ଜୀବନତନ୍ତ୍ର
 ସଫଳତାର ଶିଢି ଚଢୁ ଚଢୁ

 ଭାବୁଛି
 ଖସି ଯାଇଛି
 ଶ୍ରଦ୍ଧାରେ ସ୍ନେହରେ ପ୍ରେମରେ
 ଲାଳିତ ପାଳିତ ପାଦଶଦ୍ଦସବୁ
ହାଟରେ ବାଟରେ ଘାଟରେ ଗଡୁ ଗଡୁ

 ମାନୁଛି
ଛନ୍ଦି ଯାଇଛି
 ନମ୍ର କମ୍ର ବିନମ୍ର ତାଉମ୍ର
ଛନ୍ଦମୁକ୍ତ ଜୀବନଚର୍ଯା
 ଛଳନାର ପଶାପାଲିରେ ଦୈତୁ ଦୈଡୁ

 ପୁଣି ମାନୁଛି
ଭୂଲି ଯାଇଛି
 ସତ୍ୟ ଶିବ ସୁନ୍ଦର ପରମେଶ୍ବର
ପଶ୍ଚିମୀ ସଭ୍ୟତାର ମାୟାଜାଲେ ପଡୁ ପଡୁ

 ହାତ ଯୋଡୁଛି
 ଅମୃତର ସନ୍ତାନ ସାଜିଲାଣି ଶଳା ସଇତାନ
 ବଣ ମଣିଷ ବରଂ ଭଲ ଥିଲା
 ଆଦିମ ଅସଭ୍ୟ ଥିଲା
 କିନ୍ତୁ ନଥିଲା ନିକମ ହାରାମ ବେଇମାନ
 ଲଙ୍ଗଳା ରହୁଥିଲା ବଣ ଜଙ୍ଗଲରେ ବୁଲୁଥିଲା
 ଅଣ୍ଟି ଛୁରି ତଣ୍ଟି କାଟୁ ନ ଥିଲା
 ମିଛ ତିସମାର୍ ଖାନ

 ସୁନା ହରିଣୀର ମାୟା ଚାହାଁଣୀରେ
ସ୍ଵାର୍ଥ ସରଣୀରେ ଅର୍ଥ ଲହୁଣୀରେ
ଏତେ ବୁଡିଲା ଏତେ ଡୁବିଲା ଯେ
ଚେର ଭୂଲିଗଲା
ଡାଳ ପତ୍ର କଥା କାହିଁ ପଚାର
 ସବୁ ଭେଲ ସବୁ ଭେଜାଲ

 ସମୟ କାହିଁ ଯେ
 ଖୋଜିବ ଅମୃତର ଉତ୍ସ
ଜୀବନ କାହିଁ ଯେ
 ବାନ୍ଧିବ ଶାନ୍ତିର ବତ୍ସ

 ସବୁ କେବଳ ଜଳଚକ୍ର ପରି ସର୍କସର ଖେଳ
ସବୁ ଅମ୍ଳଜାନ ଚକ୍ର ଜବକ୍ଷାରଜାନ ଚକ୍ର ପରି
ଘୁରୁଛେ ଅକ୍ଷରେ କକ୍ଷରେ
 ଅଦୃଶ୍ୟ ସର୍ତ୍ତାର ଲଗାମ ନିର୍ଦ୍ଦେଶରେ

 ବୁଝିବା ବେଳକୁ
 ସମୟ ଘଣ୍ଟି ବଜଉ ଥିବ ଛୁଟିବେଳ
ମଣିଷ ମାନବ ହେବା ବେଳକୁ
 ସରି ଆସିବଣି ଜୀବନ କାଳ 

 ବେଦ ପୁରାଣ ପଡୁଛି ମଣିଷ
 ବେଦନା ରହିତ
 ମନ୍ତ୍ର ଉଚ୍ଚାରଣ କରୁଛି ମାନବ
 ଦୟା ଧର୍ମ ବର୍ଜିତ
ପାଦ ହାତ ବଢ଼େଇ ଚାଲୁଛି ମନୁଷ୍ୟ
ସ୍ଵାର୍ଥ ଜଡିତ ତଡିତ

 ଆତୁର ମଣିଷ ହେଲାଣି
 ଘୃଣ୍ୟ ବଣ୍ୟ ଅସଭ୍ୟ ବଣିକ
ଚତୁର ମଣିଷ ହେଲାଣି
ନୀଳ ବର୍ଣ୍ଣ ଶୃଗାଳ ସମ 
ରଙ୍ଗ ବେରଙ୍ଗରେ କ୍ଷଣିକ କ୍ଷଣିକ


Rate this content
Log in

Similar oriya poem from Tragedy