ନୀଳାଚଳବାସୀ
ନୀଳାଚଳବାସୀ
ହେ ସ୍ୱୟଂ ଜଗନ୍ନାଥ
ତୁମ ଆଳତୀ କାଳେ
ଘଣ୍ଟ ସହ ଦୀପ ଜଳେ
ମୋ ମନ ହୃଦୟ ଉପକୂଳେ
ଶତ ଦୀପ ଧୂପ ଅଗରୁ ଜଳେ
ମୋ ଭିତରେ ମୁଁ ଜଳେ
ତୁମ ପାଦ ପଦ୍ମ ତଳେ
ଚେତନା ଚୈତନ୍ୟ ପ୍ରଣତି ଢାଳେ
ଅଢେଇ ଦିନର କର୍ମ ଫଳେ
ନିତି ପ୍ରତି ସଞ୍ଜ ସକାଳେ
ତୁମରି ସୃଷ୍ଟିର ସନ୍ତୋଷ ଫଳେ
ନିଜେ ଖାଇ ଅନ୍ୟକୁ ଦେବାକୁ ଭାଳେ
ସର୍ବେ ସନ୍ତୁ ନିରାମୟ,ଭଦ୍ରାଣି ପଶ୍ଚ୍ୟାନ୍ତୁ
ମା କଶ୍ଚିତ ଦୁଃଖ ଭାଗ ଭବେତ
କହେ ମୁଁ ଅମୃତ ବେଳେ ହେଳେ
ତୁମ ସାନିଧ୍ୟରେ କଳେ ବଳେ କୌଶଳେ
ତୁମ କାରିଗରୀ ଦେଖୁଛି ସଂଜେ ସକାଳେ
କୋଉଠି ନଥାଇ ସବୁଠାରେ ଥାଅ
ବିଶ୍ଵ ଜାଣେ ନୀଳାଚଳବାସୀ ଉତ୍କଳେ
ପୁରୀଧାମେ ଜଗତର ନାଥ କଳ୍କୀ
ବୋଲାଅ ଚତୁର୍ଦ୍ଧା ଦାରୁଭୂତ ଠାକୁରେ।