STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ନୀଳ ପୁରୁଷ

ନୀଳ ପୁରୁଷ

1 min
80

ନାନାଦି ରଙ୍ଗରେ ରଙ୍ଗେଇ ହେଲେ ବି

ସବୁ ଲାଗେ କାହିଁ ଫିକା,

ତୁମ ନୀଳରଙ୍ଗ ମାଖୀ ଦିଅ ଶ୍ୟାମ

ତୁମ ବିନା ଲାଗେ ଏକା


କେତେ ତୁମ ରଙ୍ଗ, କେତେ ତୁମ ଲୀଳା

ତୁମେ ପ୍ରେମିକ ପ୍ରବୀର

ତୁମ ପ୍ରେମେ ରଙ୍ଗେ ରଙ୍ଗମୟ ସବୁ

ତୁମକୁ କି ଆଗୋଚର


ସାଗର ଆକାଶ ଅଗ୍ନି ଓ ଭୂପୃଷ୍ଠ

ଚଉଦିଗେ ତୁମ ବସ,

ପରିବ୍ୟାପ୍ତ ତୁମେ ଦିଗନ୍ତ ବିସ୍ତାରି

ତୁମେ ତ ନୀଳ ପୁରୁଷ


ରାଧକାର ସଂଗେ ହୋଲି ଖେଳୁଥିଲ

ହୋଲିକାକୁ କଲ ଦହନ,

ଈର୍ଷା ହିଂସା ଦ୍ଵେଷ ଅସହିଷ୍ଣୁତାକୁ

ମନୁ କରିଦିଅ ପ୍ଲାବନ


ପୁଣି ଆଉ ଥରେ ଏ ଧାରା ପୃଷ୍ଠରେ

ଧରି ଆସ ଅବତାର,

ପାପ କ୍ଷୟ କରି ଧରମ ସ୍ଥାପିଣ

ହୃଦେ ଭର ଭାଇଚାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract