Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ନୀଳ ନୟନା

ନୀଳ ନୟନା

1 min
200



ନୀଳ ନୟନାର ନୀଳ ଆଖିତଳେ 

କବିତାର ଗନ୍ତାଘର 

ସେଇ ଆଖି ପାଇଁ କବିତାରେ ମୋର

ଦେଉଛି ଆଜି ମୁଁ ସ୍ୱର I

ସେ ଆଖି ମାୟାରେ ପଡିଗଲେ ଥରେ

ହଜିଯାଏ ସବୁ ବ୍ୟଥା

ସେଇ ନୀଳ ନୀଳ ଆଖି କହିଦିଏ 

ମୋ ମନ ତଳର କଥା I

ଆଖିରେ ଆଖିରେ ସପନ ସମ୍ଭାର

ପ୍ରୀତିର ମହୁଲି ନିଶା

ସେ ନୀଳ ନୟନେ ଲେଖା ମୋ ପାଇଁକି

ପ୍ରଣୟ ମଧୁର ଭାଷା I

ଯେଉଁଦିନ ଠାରୁ ସେ ନୀଳ ଆଖିର

ମୟାରେ ହେଉଛି ଘାରି

ସେହିଦିନୁ ସଖୀ ମୋ ମନ ମାନସୀ

ମୋ ଆଖିର ନୀଳପରୀ I

ଦେଖିଦେଲି ଦିନେ ଭସା ବାଦଲଟେ

ଜହ୍ନ ମୁହେଁ ଦେଲା ଚୁମା

ସେହି ଦୁଇ ନୀଳଆଖି ମୋ ହୃଦୟେ

ଭରିଦେଲା ସବୁଜିମା I

          


Rate this content
Log in