ନୀଳ ଆକାଶ
ନୀଳ ଆକାଶ


କେତେ ସୁନ୍ଦର ଦିଶେ ଏ ନୀଳ ଆକାଶ,
ପହଞ୍ଚେ ଯାହା ଦ୍ୱାରା ସୂର୍ଯ୍ୟଙ୍କ ପ୍ରକାଶ,
ଯାହା ଅନେକ ତାରାମଣ୍ଡଳର ପ୍ରଦେଶ,
ହୁଏ ଏଇଠି କଳା ଧଳା ମେଘର ବିକାଶ ।୧।
ପୃଥିବୀର ଉଚ୍ଚତାରେ ଅଛି ବାୟୁ ପରିବେଶ,
ପବନ ବିନା ହେବ ଜୀବନ ଚଳନର ବିନାଶ,
ଗଗନରୁ ଧରଣୀତଳକୁ ହୁଏ ବର୍ଷାର ପ୍ରବେଶ,
ସର୍ବଲୋକ ପାଆନ୍ତି ଗ୍ରୀଷ୍ମ ଉତ୍ତାପରୁ ଅବକାଶ ।୨।
ପକ୍ଷୀଙ୍କ ପାଇଁ ଆକାଶ ହେଲା ପ୍ରିୟ ଅଞ୍ଚଳ,
ଉଡ଼ି ଉଡ଼ି ଯିବା ତାଙ୍କ ପାଇଁ ଛବିଳ ଖେଳ,
ପିଲାଙ୍କ ଲାଗି ଗୁଡ଼ି ଉଡ଼ାଇବା ଯେ ଖେଳ,
ନୀଳ ଆକାଶ ବିନା ଦୁନିଆ ଲାଗିବ ବିକଳ ।୨।