STORYMIRROR

Trushna Das

Abstract Tragedy Inspirational

4  

Trushna Das

Abstract Tragedy Inspirational

ନଈ

ନଈ

2 mins
388

              

ନଈ ବହି ଯାଉଛି କଳ କଳ ନାଦ କରି

କେଉଁ ଦୂରରୁ ସେ ଆସୁଛି ବହି

ବସି ଯାଉ ନାହିଁ ସେ ଥକି

ସର୍ବଦା ଚେଷ୍ଟା ତାର ଆମ ତୃଷ୍ଣା ମେଣ୍ଟାଇବା ପାଇଁ। 


ନଈ, ଅନେକ ନାମ ତାର

ବହି ଚାଳିଛି ବର୍ଷ ବର୍ଷ ଧରି ଅହରହ

ଜଳ ପ୍ରବାହିତ କରି କରୁଛି ଆମର ଅନେକ ଉପକାର

ମେଣ୍ଟାଉଛି ସେ ଫସଲ ପାଇଁ ଅଭାବ ଜଳର। 


ନଈ, ନାମ ତାର ତଟିନୀ 

ଦେଖିଛି ସେ ତା କୂଳେ କେତେ ପ୍ରେମ କାହାଣୀ 

କେତେ ଭଙ୍ଗା ହୃଦୟର ଲୁହ ପୋଛି ଦେଇ 

ହୋଇଛି ସେ କ୍ଷଣକ ପାଇଁ ସାଥୀ

ସେମାନଙ୍କୁ ନିଜ କୂଳେ ଆଶ୍ରୟ ଦେଇ 

ପୁଣି ଅତୀତର କେତେ ମହାନ ଗାଥାମାନଙ୍କର ସେ ମୁକ ସାକ୍ଷୀ।


ନଈ, କେବଳ ଯେ ସେ 

ମରୀଚିକା ଠାରୁ ଆମକୁ ରକ୍ଷା କରି ଥାଏ 

ତାହା ନୁହେଁ ସେ କେଉଟମାନଙ୍କର ଜୀବିକା ନିର୍ବାହର ମାଧ୍ୟମ ହୋଇ ଥାଏ 

ତା କୂଳରେ ଉର୍ବର ମୃତ୍ତିକା ସଞ୍ଚୟ କରିଥାଏ 

ଚାଷ କରିବାରେ ସହାୟକ ହୋଇଥାଏ। 


ନଈ ବହି ଯାଉ ଥାଏ ସେ ଅଙ୍କା ବଙ୍କା ପଥେ

କଳ କଳ ନାଦରେ କହି ଯାଉ ଥାଏ 

ଶୋଇ ନ ରହି ଉଠ ହେ ଜୀବ ଜଗତେ

ବସି ଖାଇଲେ ନଈ ବାଲି ବି ସରିଯାଏ ରେ 

କରମ କରି ଚାଳିଲେ

ଦିନେ ନା ଦିନେ ବାଲି ପରି ଅସରନ୍ତି ଧନ ଥିବ ତୁମ ପାଶେ।


ନିଜକୁ ନାନା ଅଳଙ୍କାରରେ ସଜାଇ 

ବହି ଯାଉଥାଏ ନଈ

ସାଗର ସହ ହେବାକୁ ମିଳନ ଚିର ଦିନ ପାଇଁ 

ହେଲେ ଆମେ ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ କର୍ମ ଥାଉ କରି

ତାକୁ ଅପବିତ୍ର କରି ଥାଉ ତା ଦେହେ ନା ନା ଅପରିଷ୍କାର ଫିଙ୍ଗି 

ତଥାପି ସାଗର ଆପଣେଇ ନେଇ ଥାଏ ନଈକୁ ନିଜ ସାଥୀ ଭାବି। 


ନଈ, ସେ ଯେ ସରିତା, ସେ ଯେ ନଦୀ 

ବର୍ଷ ବର୍ଷ ଧରି ସେ ତା କୂଳେ କେତେ ବୃକ୍ଷଲତା ରଖି ଥାଏ ଧରି

ହେଲେ ନିଜ କେଇ ସୁଖ ପାଇଁ ମାନବ କାଟି 

ସେମାନଙ୍କୁ ନଈ ଠାରୁ ଦିଅନ୍ତି ଦୁରାଇ

ଆମର ଅପରିଷ୍କାର ପାଇଁ 

ଦୁଷିତ ହୋଇ ଯାଏ ତାର ପାଣି 

ତାର ଗର୍ଭରେ ଥିବା ସନ୍ତାନଙ୍କ (ମତ୍ସ୍ୟ, ଅନ୍ୟାନ୍ୟ ଜୀବ) ଜୀବନ ହରାଇ,

ଶେଷରେ ସାଗର ଠାରୁ ପ୍ରତାରିତ ହୋଇ 

ସେ ରୂପ ଧାରଣ କରେ ଭୟଙ୍କରୀ

ଆଣି ଥାଏ ବନ୍ୟାର ବିଭୀଷିକା ର ଲହରୀ 

କହି ଯାଏ ହେ ପ୍ରାଣୀ ଜଗତ ଯାଅ ସୁଧାରି

ନ ହେଲେ ଏମିତି ମୁଁ ନେବି ରୂପ ଭୟଙ୍କରୀ

ଲୋକେ କହିବେ ମୋତେ ତୁମ ନାଶକାରୀ।


ନଈ କୁହେ ମୋତେ ବନ୍ଧରେ ପୁରା ଆୟତ୍ତ ନ କରି 

ମୋତେ ଅପରିଷ୍କାର ନ କରି

ମୋ ସଂସାର ନ ଉଜାଡି 

ହେ ମାନବ ଜଗତ ନିଜେ ଘର ସଂସାର କର ସଚେତନ ହୋଇ 

ମୋତେ ରହିବାକୁ ଦିଅ ତୁମ ମାଆ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract