STORYMIRROR

Samar Ballav Bhoi

Abstract Classics Inspirational

3  

Samar Ballav Bhoi

Abstract Classics Inspirational

ନଈ

ନଈ

1 min
165


ହେ ନଈ ତୁମେ! ପର୍ବତ ନନ୍ଦିନୀ

ଉତ୍ପତ୍ତି ସ୍ଥଳ ତୁମ ରହସ୍ୟ କାହାଣୀ

ଲମ୍ବା ଶରୀରଟା ତୁମ ନିଃଶବ୍ଦ ଚାହାଣୀ

ଗୋଟିଏ ଲକ୍ଷ୍ୟରେ ତୁମେ ଯେ ଅଗ୍ରଣୀ 

ସାଗର ସଙ୍ଗେ ତୁମ ମିଳନର ଅନ୍ତସ୍ଥଳୀ।।


ହେ ନଈ ତୁମେ! ଅମାନିଆ ବାଟୋଇ

ସିଧାସଳଖ ନଯିବା ତୁମ ଜାତକେ ନାହିଁ 

ଅଙ୍କା ବଙ୍କା ଗତି ପଥେ ଯାଇଥାଅ ବୋହି

ଈଶ୍ବରଙ୍କ ସୃଷ୍ଟିର ତୁମରୁପୂ ବିସ୍ମିୟ ଅଟଇ

ନିର୍ମଳ ସ୍ବଭାବ ତୁମ ଗଭୀର ନୀଳ ଜଳରାଶି।।


ହେ ନଈ ତୁମେ! ଚିରସ୍ରୋତା ଚିରନ୍ତନ

ଇତିହାସ କହେ ତୁମେ ଥିଲ ଚିରସାକ୍ଷୀ 

ବିଦେଶୀ ଶତୃର ଆକ୍ରମଣେ ହୋଇ ପ୍ରତିବନ୍ଧକ 

ରଖିଥିଲ ଭାରତବର୍ଷର ଅଖଣ୍ଡ ସ୍ବାଭିମାନ

କିନ୍ତୁ ଆଜି ସେହି ନଈ ଜଳ ପାଇଁ ଲାଗିଛି

ରାଜ୍ୟ ଦେଶ ଦେଶେ ମଧ୍ୟେ ଯୁଦ୍ଧର ଆହ୍ବାନ।।


ହେ ନଈ ତୁମେ! ଜୀବଜଗତର ଜୀବନ 

ତୁମ ଜଳରାଶି ଜୀବଜନ୍ତୁଙ୍କ ର ଅଟଇ ଜୀବନ

ଦୁଇ କୂଳ ଦୁଇ କିନାରା କରିଥାଅ ବହନ

କୃଷକ ଭାଇର ଅଟ ତୁମେ ସବୁଜ ବନ୍ଧନ

ତୁମ ବିନା ପ୍ରକୃତିର ଶୋଭାରାଜି ଶ୍ରୀହିନ।।


ହେ ନଈ ତୁମେ! ପ୍ରଳୟ କାରିଣୀ

କେବେକେବେ ତୁମ ନିର୍ମଳ ଶରୀରଟା 

ଜୀବଜଗତେ ହୋଇଯାଅ ବିନାଶ କାରିଣୀ

କେବେ ତୁମେ ସୁଶୋଭିତ ସୌନ୍ଦର୍ଯ୍ୟର ରାଣୀ

କବିର କବିତାରେ ତୁମେ ହୋଇଯାଅ କାହାଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract