STORYMIRROR

sasmita tripathy

Tragedy

3  

sasmita tripathy

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
318

ସାଥି ବିନା ମୋର ଏ ଜୀବନ

ଲାଗେ ମୋତେ ତାହା ସତେ 

ଚିନି ବିନା ଚାହା ସମ 

ପୂର୍ବ ଜନ୍ମର କେଉଁ

ଅଭିଶାପ ବେଳେ 

ପଡି ମୁଁ ଯାଇଛି ଆଜି

ନିଃସଙ୍ଗତାର କବଳେ


ମଣିଷ ଅଟଇ ମୁଁ ନୁହଁଇ ପଥର

ଅଛି ମୋର ହୃଦୟ ମୁଁ ନୁହଁଇ ନିଷ୍ଠୁର

ମନ ମୋର ଖୋଜେ ସଦା ସାଥିର ସଙ୍ଗତା 

କିନ୍ତୁ ମୋତେ ଛାଡେ ନାହିଁ 

ନିଃସଙ୍ଗତା ହିଁ ନିଃସଙ୍ଗତା 


ବିଗତ ଦିନର ସ୍ମୃତି 

ସାଥିଙ୍କ ଗହଣେ 

ଇତସ୍ତତଃ ଘୁରି ବୁଲେ 

ମୋ ମନ ଅଗଣାରେ 

ନିଃସଙ୍ଗତାର ଦେଉଳେ ବସି 

ମୁଁ ପୂଜୁଛି ସମୟକୁ 

ସମୟ କାଳେ ଫେରାଇ ଦେଵ

ମୋ ହଜିଲା ଅତୀତକୁ 


ଆଶାବାଦୀ ମନ ମୋର 

ଚାହିଁଛି ଶୁଣିବାକୁ

ଗୁଞ୍ଜରିବ ହାସ୍ୟ ରୋଳ

ଫେରିବକି ପୁଣି ସେହି 

ମିଠା ମିଠା ଗଣ୍ଡଗୋଳ

ଦିନ ଥିଲା ସାଥି ମେଳେ 

ହସୁ ଥିଲି ମୁହିଁ 

ଯେମିତି ହସନ୍ତି ଜହ୍ନ 

ତାରା ମେଳେ ରହି 

ବଉଳ ବେଣୀର ଗୀତ

ଭାଲୁକୁଣି ଓଷା

ନଦୀ ପଠା କାଶତଣ୍ଡୀ

ଝୋଟି ମାଣଵସା 


ଏବେ କିନ୍ତୁ ସମୟର 

ଚକ ଗଡି ଅଛି 

ଏକା ଏକା ନିଃସଙ୍ଗରେ 

ଜୀଵନ ବିତୁଛି 

ସ୍ମୃତିଟା ସାଜିଛି ଏବେ 

ବଞ୍ଚିବାର ସହାରା

ଥିଲା ସେହି ପିଲା ଦିନ 

ଜୀଵନଟା ନିଆରା 

ପରଦେଶେ ମିଳେ ନାହିଁ 

ଗୋଟେ ଚିହ୍ନା ମୁହଁ 

ନିଃସଙ୍ଗରେ ଅଜାଣତେ

ଝରି ଯାଏ ଲୁହ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy