STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ନିଃସ୍ୱାର୍ଥପର

ନିଃସ୍ୱାର୍ଥପର

1 min
289

ବିପଦ ବେଳାରେ ଥାଏ ସେ ପାଶରେ

ଚିହ୍ନା ଅଚିହ୍ନା ନ ବାରି

ଅଟେ ଦେବଦୂତ ଦଇବ ସମ୍ଭୁତ

କେବେ ପୁରୁଷ ବା ନାରୀ।

ଉତ୍ସବ ସମୟେ ହସ୍ତକୁ ବଢାଏ

ବିଳାସରେ ହୁଏ ସାଥୀ

ଦୁର୍ଭିକ୍ଷ ବେଳାରେ ପେଟ ଦେଖିଥାଏ

ନ ଦେଖି କାହାର ଜାତି।

ବନ୍ଧୁ ସିଏ ମୋର ଅତି ଆପଣାର

ପାରେ ମନ କଥା ଜାଣି

ମାଗିବା ଆଗରୁ ସାହା ହୋଇଥାଏ

କହି କେତେ ମଧୁ ବାଣୀ।

ନୟନ ମୋହର ହୋଇଲେ ଅଶ୍ରୁଳ

ତା ହୃଦୟ ଯାଏ ଜଳି

ହୃଦ ସାଥେ ହୃଦ ସମ୍ପର୍କର ଡୋର

ଦେଇଥାଏ ସ୍ବାର୍ଥ ବଳି।

ମିଛେ ମିଛେ ପୁଣି ଅନେକ ଖେଳିଛି

ହୋଇ ମୋର ବାଲ୍ଯ ସାଥୀ

ସତ ସତ ଏବେ ରହିଅଛି ହୃଦେ

ସମୟ ଯାଉଛି ବିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract