Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Children

3  

Nrusingha Narayan Tripathy

Children

ନିଦ ମାଉସୀ ଦେ ଆଉଁସି

ନିଦ ମାଉସୀ ଦେ ଆଉଁସି

1 min
175


ଅଝଟ କାହ୍ନାର ଚଗଲା ମନ

ଦୁଷ୍ଟାମୀ କରଇ ନାହିଁ ତା ଜ୍ଞାନ

ଖାଇ ଥାଏ ଶୁଣି ବାଇଆ ରାଣ

ପାଟିରେ ଯାକିକି ଖାଦ୍ୟଟି ଜାଣ ll


କୁନି ଓଠେ ହସ ମଧୁର ତାର

କୋମଳ ହୃଦୟ ଆଖି ସୁନ୍ଦର

ନିଦ ଆସିଗଲେ କରେ ଚିତ୍କାର

ଲୋଡ଼ା ହୁଏ ପୁଣି ଗପ ଗୀତର ll


ବାତ୍ସଲ୍ୟ ସ୍ନେହର ପ୍ରେମ ମମତା

ମାଆ ତାର ସାଥି ଅଭୟ ଦାତା 

ମାଆର ଆଦର ପାଇ ଶିଶୁ ତା 

ହସ ଖୁସି ଖେଳେ ସେ ଆନନ୍ଦିତା ll


 କୋଳରେ ଧରିକି ଶିଶୁକୁ ତାର 

ଗୀତ ବୋଲେ ମାଆ କରି ଆଦର 

ଚଗଲା କାହ୍ନାର ମନ ଅସ୍ଥିର

ନିଦ ମାଉସୀଟି ଯେ ଦରକାର ll


ନିଦ ମାଉସୀଲୋ ନିଦ ମାଉସୀ

ପରୀ ରାଇଜରୁ ଆସେ ତୁ ଖସି 

କାହ୍ନାର ହାତରେ ଦେଏ ତୁ ଶଶି

ଶୁଆଇ ଦେ ତାକୁ ପାଖରେ ବସି ll


ତା ପାଇଁ ଆଣିବୁ ସବୁ ଖେଳଣା

ହାତୀ ବାଘ ଘୋଡା ଡୋଜର ସିନା 

ଅନ୍ୟକୁ ଦେବାକୁ କରିବୁ ମନା

ତା ସଙ୍ଗେ ଖେଳିବୁ ହୋଇ ଆପଣା ll


ଆଉଁ ସି ଦେଏ ଲୋ କାହ୍ନା ଶରୀର

ଶୋଇପଡ଼ୁ ସିଏ ବେଳ ଉଛୁର

ଉଠିଲେ ଖେଳିବ ଲୁଚା ଲୁଚିର

ଭାବି ଶୋଇଗଲା କାହ୍ନା ଏଥର ll


କଳ୍ପନା ରାଇଜେ କରଇ ଚିନ୍ତା

ସ୍ୟପ୍ନରେ ବାଉଳି ଘୂରେ ତା ମଥା 

ନିଦ ମାଉସୀର ସରିଲା କଥା

ବାପା ମାଆ ତାର ଗେଲେ ହସୁଥା ll



Rate this content
Log in

Similar oriya poem from Children