STORYMIRROR

Samar Ballav Bhoi

Abstract Inspirational Children

4  

Samar Ballav Bhoi

Abstract Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
501


ବିଦ୍ୟା ଅଟଇ ମହୀରେ ମହାଧନ

ବିଦ୍ୟାର୍ଥୀ ତୁମେ କର ଉପାର୍ଜନ

ସ୍ଥିତପ୍ରଜ୍ଞ ବ୍ରହ୍ମଚର୍ଯ୍ୟ କର ଯେ ଧାରଣ

ମୂଲ୍ୟବାନ ଅଟେ ବିଦ୍ୟାର୍ଥୀ ଜୀବନ।।


କାକସ୍ନାନ ବକଧ୍ୟାନ ଶ୍ବାନନିଦ୍ରା ସମ ଗୁଣ

ଅଳ୍ପାହାରୀ ଗୃହତ୍ୟାଗୀ ଅଟେ ପାଞ୍ଚ ଲକ୍ଷଣ

ଆତ୍ମବିଶ୍ବାସ ଦୃଢକରି ଏସବୁ କର ଆଭୂଷଣ

ସଂଯମତା ଆଚରଣେ ପାଞ୍ଚ ଇନ୍ଦ୍ରିୟଙ୍କୁ ଜିଣ।। 


ପୁରାଣ ଇତିହାସକୁ କର ଉଦାହରଣ 

ଏକଲବ୍ୟ, ଉପମନ୍ୟୁର ଉପାଖ୍ୟାନ ଶୁଣ

ଲକ୍ଷ୍ୟ ସାଧନ ପାଇଁ ଅଟଳ କର ମନନ

ଅଟଳର ରହିବା ମନ୍ତ୍ର ନଚିକେତାଠାରୁ ଜାଣ।।


ଅହିଂସାର ମନ୍ତ୍ର ଧରି ବିଶ୍ବ ଜୟକର

ପିତାମାତାଙ୍କ ସ୍ବପ୍ନକୁ କରହେ ସାକାର

ଅନୁଶାସନର ପ୍ରତିପୃଷ୍ଠାକୁ ରଖ ନଜର

ସୁଉଚିତ କାର୍ଯ୍ୟ କରି ସମାଜ ଉଧାର।।


ଗୁରୁ ହିଁ ଇଶ୍ଵର ତୁମ ସାରା ଜୀବନର

ଚରଣେ ଲୟ ରଖି ମନକୁ ସ୍ଥିର କର

ଏକାଗ୍ରତା ଭାବେ ବିଦ୍ୟା ଅଧ୍ୟୟନ କର

ଗୁରୁଙ୍କ ବାକ୍ୟକୁ କେବେ ଅମାନ୍ୟ ନକର।।


ଜ୍ଞାନ ଅଜ୍ଞାନ ଆଚାର ବିଚାର ବ୍ୟବହାର

ସବୁଦିନ କରୁଥାଉ ସମ୍ମାନ ଆଦର 

ସଂସାରକୁ ସ୍ୱଚ୍ଛ ପଥେ କର ଅଗ୍ରସର 

ଦେଶ ରାଜ୍ୟ ପାଇଁ ସଦା ହୁଅ ଉଜାଗର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract