STORYMIRROR

Sarojini Mishra

Abstract Others

4  

Sarojini Mishra

Abstract Others

ନିଦ ମାଉସୀ ଦେ ଆଉଁସି

ନିଦ ମାଉସୀ ଦେ ଆଉଁସି

1 min
276


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଦଉଡି ଦଉଡି ଆ

ମୋ ଧନ ମୁଣ୍ଡରେ ହାତ ବୁଲେଇ ତୁ

ଶୁଆଇ ଦେଇ ଯେ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଜଲଦି ଜଲଦି ଆ

ମୋ ଧନ ଆଖିରେ ନିଦ ଭରିଦେଇ

ତୋ ଘରକୁ ତୁ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ସପନ ନେଇ ତୁ ଆ

ମୋ ଧନ ଆଖିରେ ସପନ ଭରି ତୁ

ଯେତେ ସୁଖ ଦେଇ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ମନ ସିକ୍ତ କରି ଯାଆ

ନିଦରେ ଧନ ମୋ କ୍ଳାନ୍ତି ଭୁଲିଯାଉ

ପଣତ ଘୋଡାଇ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ମୋ ଧନ ପାଖକୁ ଆ

ମୋ ଧନ ମୁଣ୍ଡକୁ ଆଉଁସି ଦେଇ ତୁ

ବିଭୁ ପ୍ରେମ ଭରି ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ରାତ୍ରୀ ଅନ୍ଧକାରେ ଆ

ତୋ ପଣତ କାନି ଘୋଡାଇ ଦେଇ ତୁ

ନିଦରେ ଶୁଆଇ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ସପନ ଯେ ନେଇ ଆ

ସପନ ପେଡିରୁ ସଂସ୍କାର ର କଥା

ତା ମନରେ ଭରି ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଜହ୍ନ ଆଲୁଅରେ ଆ

ମୋ ଧନ ମନରେ ଜୀଇଁ ବାର କଳା 

ଶିଖାଇ ଦେଇ ତୁ ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ତାରା ଫୁଲ ମେଳେ ଆ

କର୍ମ କର୍ତ୍ତବ୍ୟ ର ସୁମିରଣ ଧାରା

ତା ପାଖେ ବରଷି ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଧର୍ମ ଧାରା ସଙ୍ଗେ ଆ

ଧର୍ମ ଧାରାର ସେ ଅମୃତ ପ୍ଳାବନେ

ମନେ ଶାନ୍ତି ଭରି ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଦୟା ଝୋଲି ନେଇ ଆ

ଦୟା ,କ୍ଷମା ଗୁଣ ତା ମନେ ପରଶି

ସନ୍ତୋଷ ତୁ ଭରି ଯାଆ ।


ନିଦ ମାଉସୀ ଲୋ ନିଦ ମାଉସୀ ତୁ

ଜଲଦି ଜଲଦି ଆ

ମୋ ଧନ ମୁଣ୍ଡକୁ ଆଉଁସି ଦେଇ ତୁ

ଶାନ୍ତି ଭରି ଦେଇ ଯାଆ ।


ନିଦ ମାଉସୀ ଲୋ ଦେ ଆଉଁସି ତୁ

ମୋ ଧନ ପାଖକୁ ଆ

ଶୋଇ ପଡିଲେ ତୁ ନିଶବ୍ଦ ପଦରେ

ତା ପାଖରୁ ଚାଲି ଯା ।


      


Rate this content
Log in

Similar oriya poem from Abstract